April 24, 2026
WhatsApp Image 2025-12-13 at 9.24.27 PM
Share

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର) ଏ ବର୍ଷ ଲଗାଣ ବର୍ଷା ଲାଗି ରହିବା ଯୋଗୁଁ ଚାଷୀକୁଳ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହା ସାଙ୍ଗକୁ ଧାନରେ ପୋକ ଲାଗି ଧାନ କୁ ନଷ୍ଟ କରିଦେଇଛନ୍ତି l ଯାହା ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇଛନ୍ତି l ଅପର ପକ୍ଷେ ମଣ୍ଡିରେ ଧାନ କଟ୍‌ନିଛନିରେ ଧାନ ବିକିବା ପାଇଁ ଚାଷୀମାନେ ମିଲରଙ୍କ ନିକଟରେ ମୁଣ୍ଡ ନୁଆଁଇଛନ୍ତି। ବସ୍ତା ବାବଦକୁ ୭୦୦ ଗ୍ରାମ କଟିଲେ କଟନିଛଟନିରେ ଧାନ ଉଠା ଯାଉଛି l ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲା ରଣପୁର ବ୍ଲକର ସୁର୍କାବାଡ଼ି ଗ୍ରାମପଞ୍ଚାୟତର ଠଣାପଲ୍ଲୀ ଗ୍ରାମରେ ଚାଷୀମାନଙ୍କର ଧାନ ଫସଲ ନଷ୍ଟ ହୋଇଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି l ଏନେଇ ଠଣାପଲ୍ଲୀ ଗ୍ରାମର ଚାଷୀମାନେ ବ୍ୟାକୁଳ ହୋଇ ବ୍ଲକ କୃଷି ଅଧିକାରୀ ଓ ଇନ୍ସୁରାନ୍ସ କମ୍ପାନୀ ପାଖରେ ଅଭିଯୋଗ କରିଅଛନ୍ତି l ଧାନ ପୋକ ଲାଗି ନଷ୍ଟ ହୋଇଛି l କୃଷି ଅଧିକାରୀ ଓ ଇନ୍ସୁରାନ୍ସ କମ୍ପାନୀ ଚାଷୀ ମାନଙ୍କୁ ଚାଷ ପାଇଁ ଇନ୍ସୁରାନ୍ସ ବାବଦରେ କ୍ଷତି ପୂରଣ ପାଇଁ ଦାବୀ କରିଅଛନ୍ତି l ଏନେଇ ଆଜି ତଦନ୍ତକରିବା ପାଇଁ ଜିଲ୍ଲା କୃଷି ଅଧିକାରୀ ପବିତ୍ର ମୋହନ ସାହୁ, ବ୍ଲକ କୃଷି ଅଧିକାରୀ ଅର୍ପିତା ସାହୁ, ସହ କୃଷି ଅଧିକାରୀ ପ୍ରସାଦ ପୁରୁଷୋତ୍ତମ ସାହୁ, କୃଷି ଏଭରସୋର ଧନେଶ୍ୱର ପାଇକରାୟ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀର ଜିଲ୍ଲା କୋଡିନେଟର ଅମ୍ବିକା ପ୍ରସାଦ ସାହୁ, ବ୍ଲକ କୋଡିନେଟର ମନୋଜ କୁମାର ଦାସ, କୃଷକ ସାଥି, ସୁର୍କାବାଡ଼ି ସରପଞ୍ଚ, ସମିତିସଭ୍ୟ ଏବଂ ସମବାୟ ସେବା ସମିତିର ସଭାପତି ପ୍ରମୋଦ କୁମାର ବଳିଆରସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ l କୃଷି ଅଧିକାରିଣୀଙ୍କ ସମ୍ମୁଖରେ ଇନ୍ସୁରାନ୍ସ କମ୍ପାନୀର କର୍ମଚାରୀମାନେ ବିଲରୁ ଧାନ କାଟି ଧାନ ମେନ୍ଥି ଧାନର ମାନ ଦେଖିଥିଲେ l ପରେ ଓଜନ କରିଥିଲେ ସରକାରୀ ନିୟମ ଅନୁସାରେ ଧାନର ମାନ ଓ ଓଜନର ପରିମାଣ କମିଛି ବୋଲି ଇନ୍ସୁରାନ୍ସ କମ୍ପାନୀର କର୍ମଚାରୀ ମାନେ କହିଥିଲେ l ଇନ୍ସୁରାନ୍ସ କିଛି ଚାଷୀ ମାନଙ୍କୁ ମିଳିବ ବୋଲି ପ୍ରତିଶୃତି ଦେଇଥିଲେ l ଅପର ପକ୍ଷେ ଧାନର ମାନ ଓ ଓଜନର ପରିମାଣ କମ ହଉଚି ବୋଲି ଚାଷୀର ଭେଳା ବୁଡିଯାଉଛି l ମଣ୍ଡିରେ ବି ସେ ଧାନ ଦେଇପାରିବ ନାହିଁ ଯଦି ବି ଚାଷୀ ମାନେ ଧାନ ମଣ୍ଡିରେ ଦିଅନ୍ତି ସେପଟେ ମିଲର ମାନେ ଏଫ କ୍ୟୁ ମାନର ଡରାଣ ଦେଖାଇ ଧାନ କଟନୀ ଛଟଣି କରି ଚାଷୀ ମାନଙ୍କ ଠାରୁ ଶୋଷଣ କରିବା ଚିନ୍ତାରେ ରହୁଛି ଚାଷୀକୂଳ। ସେବା ସମବାୟ ସଭାପତି ତଥା ଚାଷୀ ପ୍ରମୋଦ କୁମାର ବଳିୟାରସିଂହ କହିଛନ୍ତି ଇନ୍ସୁରାନ୍ସ କମ୍ପାନୀ,କୃଷି ଅଧିକାରୀଏବଂ ରାଜ୍ୟ ସରକାର ଆମ ଠଣାପଲ୍ଲୀ ଗ୍ରାମର ଚାଷୀ ମାନଙ୍କୁ ଇନ୍ସୁରାନ୍ସ ଟଙ୍କା ପ୍ରଦାନ କରି ଚାଷୀ ମାନଙ୍କ ଋଣ ଛାଡ଼ କରିବା ପାଇଁ କହିଛନ୍ତି l

You may have missed