ଉଦଯାପିତ ହେଲା ତାଳଚେର କୋଇଲାଖଣି କର୍ମଚାରୀଙ୍କ ଦୁଇଦିନିଆ କର୍ମଶାଳା l
ପୁରୀ ଲକ୍ଷ୍ମୀ ସିନେମାହଲ ନିକଟ କୁଳମଣି ଭବନ ଠାରେ ଚାଲିଥିବା ତାଳଚେର କୋଇଲାଖଣି କର୍ମଚାରୀ ଙ୍କ ଦୁଇଦିନିଆ କର୍ମଶାଳା ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବ ରେ ସମସ୍ତ ୟୁନିଟ ର ସଚିବ ସଭାପତି ଏବଂ ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ l ଏହି କର୍ମଶାଳା କୁ AITUC ର ରାଜ୍ୟ ସମ୍ପାଦକ ବିଜୟ ଜେନା ଉଦଘାଟନ କରିଥିବାବେଳେ ଉଦଯାପନୀ ଉତ୍ସବ ରେ ପୂର୍ବତନ ଉପଶ୍ରମ କମିଶନର ଡ଼କ୍ଟର ତାପସ କୁମାର ପଣ୍ଡା ଯୋଗଦାନ କରି ନିଜର ମତ ପ୍ରକାଶ କରିଥିଲେ l ସାମଗ୍ରିକ ଭାବେ କର୍ମଶାଳାଟି ବହୁତ ସୁନ୍ଦର ଥିଲା ଏବଂ ମୁଁ ପ୍ରଭାବିତ ହୋଇଥିଲି l ଭବିଷ୍ୟତ ରେ କୋଇଲା ଶ୍ରମିକମାନେ ଏହି କର୍ମଶାଳା ରୁ ଉପକୃତ ହେବେ ଏବଂ ଶିଳ୍ପ ସମ୍ପର୍କ ମଧ୍ୟ ସୁସ୍ଥ ରହିବ ବୋଲି କହିଥିଲେ ଡ଼କ୍ଟର ତାପସ କୁମାର ପଣ୍ଡା l ଶେଷ ଦିନରେ ଅତିଥି ଏବଂ କର୍ମଚାରୀ ମାନଙ୍କୁ ତାଳଚେର କୋଇଲାଖଣି କର୍ମଚାରୀ ସଂଘର ସମ୍ପାଦକ ଏସ କେ ଶର୍ମା ସମ୍ବୋର୍ଦ୍ଧିତ କରିଥିବାବେଳେ l ଏସ କେ ଶର୍ମାଙ୍କୁ ସମସ୍ତ କର୍ମଚାରୀମାନେ ସମ୍ବୋର୍ଦ୍ଧିତ କରିଥିଲେ l ଏହି ଦୁଇଦିନିଆ କର୍ମଶାଳାକୁ ପରିଚାଳନା କରିବାରେ ସମସ୍ତ ସଂଗଠନ ର କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
