ସାମ୍ବାଦିକ ପ୍ରଶାନ୍ତ ପରିଡାଙ୍କ ଏକାଦଶ ଦିବସରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ।
ନାଉଗାଁ ବ୍ଲ ଅନ୍ତର୍ଗତ ଗଜରାଜପୁର ଗ୍ରାମ ପଞ୍ଚାୟତ ଗନ୍ଧଣ ଗ୍ରାମର ପରିଚିତ ସାମ୍ବାଦିକ ଶ୍ରୀ ପ୍ରଶାନ୍ତ ପରିଡାଙ୍କ ବିୟୋଗରେ ଏକାଦଶ ଦିବସ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ପରିଡା ପୂର୍ବରୁ ଭାରତୀୟ ବାୟୁସେନାର କର୍ମରତ ଥିଲେ ଏବଂ ପରବର୍ତ୍ତୀ ସମୟରେ ଚାକିରୀ ରୁ ଅବସର ନେଇ ଶିକ୍ଷକତା ଏବଂ ସାମ୍ବାଦିକତା କୁ ଆପଣାଇ ନାଉଗାଁ ଅଞ୍ଚଳରେ ବେସ ପରିଚିତ ଥିଲେ। ତାଙ୍କର ଏହି ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭାରେ ପୂର୍ବତନ ଜଗତସିଂହପୁର ବିଧାୟକ ଶ୍ରୀ ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ ବିଧାୟକ ଶ୍ରୀ ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ନିରଞ୍ଜନ ବେହୁରା, ଧୁଶାସନ ନାୟକ, ବିଜୟୀ ବେହେରା, ବିନୋଦ ବେହୁରା, ପଦ୍ମଚରଣ ରାଉତ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶ୍ରୀ ରମାକାନ୍ତ ଦାସ, ଶୁଭଙ୍କର ଜେନା, ପ୍ରତାପ କୁମାର ସିଂହ, ମନୋଜ ଦାସ, ମାନସ କାନୁନଗୋ, ତାପସ ଦାସ, ଲୀଲନ ପାଢ଼ୀ, ନାଉଗାଁ ସାମ୍ବାଦିକ ସଂଘ ସଭାପତି ଶ୍ରୀ ବୈଷ୍ଣବ ରାଉଳ, ମନୋଜ ନାୟକ, ରଶ୍ମିରଞ୍ଜନ ପାଢ଼ୀ, ମହାଦେବ ନାୟକ, ଦେବଜ୍ୟୋତି ମହାନ୍ତି, ବାଭିମନ୍ୟୁ ସାହୁ, ସୁଶାନ୍ତ ପରିଡା, ମାନସ ସ୍ୱାଇଁ, ପ୍ରସଂଜିତ ସାହୁ, ଅଜିତ ଓଝା, ଆଲୋକ ଶିଶୁ, ସମାଜସେବୀ ସୁନିଲ ମାଟିଆ, ସରୋଜ କୁମାର ଲେଙ୍କା, ସୌମ୍ୟସଂଜୀବ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ଉପସ୍ଥିତ ବହୁ ସାମ୍ବାଦିକ, ରାଜନେତା ଓ ସାମାଜିକ କର୍ମୀମାନେ ଡକ୍ଟର ଚୌଧୁରୀ ସତ୍ୟ ଦାସ, ଶ୍ରୀ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ସରଳ, ସତ୍ୟନିଷ୍ଠ ଓ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଜୀବନକୁ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଈଶ୍ୱରଙ୍କ ନିକଟରେ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା।
