October 14, 2026

ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ରେ ଧାନ ଫସଲରେ ପତ୍ରପୋଡ଼ା, ମହିଷା ରୋଗ,

IMG-20261014-WA0151
Share

ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ରେ ଧାନ ଫସଲରେ ପତ୍ରପୋଡ଼ା, ମହିଷା ରୋଗ,ମାଟିଆଗୁଣ୍ଡି ପୋକ ଇତ୍ୟାଦି ଲାଗିଥିବାର ଖବର ପ୍ରସାରିତ ହେବା ପରେ କୃଷି ବିଭାଗ ତରଫରୁ ତତ୍ପରତା ଦେଖାଯାଇଛି… ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ ସଚେତନତା ବାର୍ତ୍ତା ଦେବା ସହ ଧାନ ଜମିକୁ ଯାଇ ଅଧିକାରୀ, ଅଧୀଦର୍ଶକ ଓ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ଚାଷୀଙ୍କ ସହ ମିଶି ରୋଗ ଓ ପୋକ ନିୟନ୍ତ୍ରଣ ପାଇଁ ବିଭିନ୍ନ ପରାମର୍ଶ ଦେବାର ଦେଖାଯାଉଅଛି, ଏହି ପରିପ୍ରେକ୍ଷୀରେ କୃଷି ବିଭାଗର ଏକ ଟିମ୍ ଛତ୍ରପୁର ବ୍ଲକର ବିପୁଲିଙ୍ଗି ଗ୍ରାମ ପଂଚାୟତ ର କରତାଳି ଗ୍ରାମର ଧାନ ଜମିକୁ ଯାଇ ଧାନ ଫସଲରେ ଲାଗିଥିବା, ରୋଗ ଓ ପୋକ ବୁଲି ଦେଖିଥିଲେଏବଂ ଉପସ୍ଥିତ ସମସ୍ତ ଚାଷୀଙ୍କୁ ତାର ପ୍ରତିକାର ପାଇଁ ପରାମର୍ଶ ଦେଇଥିଲେ . ଏହି ଟିମ୍ ରେ କୃଷି ବିଜ୍ଞାନ କେନ୍ଦ୍ର(2) ଗୋଳନ୍ଥରା ର ବରିଷ୍ଠ ବୈଜ୍ଞାନିକ ଡ଼କ୍ଟର ସୁଜିତ କୁମାର ନାଥ, କୃଷି ଜିଲ୍ଲା ଅଧିକାରୀ, ଛତ୍ରପୁର ଶ୍ରୀମତୀ ରଶ୍ମିତା ମହାପାତ୍ର, କୃଷି ବୈଜ୍ଞାନିକ ଡ଼କ୍ଟର ସନ୍ଦୀପ ମହାନ୍ତି, ଗୋଷ୍ଠୀ କୃଷି ଅଧିକାରୀ, ଛତ୍ରପୁର ଶ୍ରୀ ଚୌଧୁରୀ ସାନମାର୍ଗ କର, କୃଷି ଅଧୀଦର୍ଶକ ଶ୍ରୀ ଦୁର୍ଗା ପ୍ରସାଦ ପ୍ରଧାନ, ଗ୍ରାମ୍ୟ କୃଷି କର୍ମଚାରୀ ଶ୍ରୀ ବୈରାଗୀ ସ୍ୱାଇଁ ଥିବା ବେଳେ ଚାଷୀ ହେମନ୍ତ ନାହାକ, ସଞ୍ଜୟ ନାହାକ, ବାସୁଦେବ ପ୍ରଧାନ, ଘନଶ୍ୟାମ ମୁଦୁଲି, ମୋହନ ରେଡ୍ଡୀ, ହାଡୁ ରେଡ୍ଡୀ ଓ ସୋମନାଥ ନାହାକ ଙ୍କ ସହ ଅନେକ ଚାଷୀ ଉପସ୍ଥିତ ଥିଲେ.