March 13, 2026

ନବରଙ୍ଗପୁର ଅମଲା ସଂଘ ର ପୂର୍ବତନ ସଭାପତି ଙ୍କ ବିୟୋଗ ରେ ଶୋକ ସଭା ଅନୁଷ୍ଠିତ…………

IMG-20240914-WA0019
Share

 

ନବରଙ୍ଗପୁର (ଏମ୍.ଦିନା°ଶୁ ଆଚାରୀ):-ଓଡ଼ିଶା ରାଜସ୍ୱ ଅମଲା ସଂଘ ଜିଲ୍ଲା ଶାଖା ନବରଙ୍ଗପୁର ସଭାପତି ଆଶୁତୋଷ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଆଜି ନବରଙ୍ଗପୁର ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶା ଅମଲା ସଂଘର ପୂର୍ବତନ ସଭାପତି ତଥା ରାଜ୍ୟ ସଂଘ ର ପୂର୍ବତନ କାର୍ଯ୍ୟକାରି ସଭାପତି ଶ୍ରୀଯୁକ୍ତ ପଣୀ ଭୂଷଣ ବୈଦ୍ୟ ଙ୍କ ଦେହାନ୍ତ ଖବର ଶୁଣି ଏକ ଶୋକାକୁଳ ପରିବେଶ ରେ ଦିବଂଗତ ବୈଦ୍ୟ ଙ୍କ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ସ୍ବର୍ଗତ ବୈଦ୍ୟ ଏକା ଧାରରେ ଜଣେ ସମାଜସେବୀ, ନିଷ୍ଠାପର, କର୍ତ୍ତବ୍ୟ ପରାୟଣ ଏବଂ ଅତ୍ୟନ୍ତ ମେଳାପି ବ୍ୟକ୍ତି ଥିଲେ। ତାଙ୍କର ଦୃଢ଼ ସାଙ୍ଗଠନିକ ଦକ୍ଷତା ଯୋଗୁଁ ସେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ଏହି ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଧନୁର୍ଯୟ ମାଝୀ, ବିଜୟ କୁମାର ସାହୁ, ସୁରେଶ ପଟନାୟକ ,ସୌରଭ ଦାଶ, ମନୋଜ ପଣ୍ଡା, ଜିତେନ୍ଦ୍ର ଚୌଧୁରୀ, ପ୍ରଣତି ମାଝୀ, ସତ୍ୟନାରାୟଣ ସାହୁ, ଗଗନ ଚୌହାନ, ଯୁବଲ ନିକେତନ ହରିଜନ, ଶିବ କେଶବ ବ୍ରହ୍ମା, ରାମକୃଷ୍ଣ ପୂଜାରୀ ସହ ତ୍ରିପତି ବାଲାଜୀ ସାହୁ ପ୍ରମୂଖ ଉପସ୍ଥିତ ଥିଲେ l