June 25, 2026

ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷଙ୍କ ବିୟୋଗ ପରେ ଉପାଧ୍ୟକ୍ଷାଙ୍କ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ

IMG-20240914-WA0020
Share

 

ବେଲଗୁଣ୍ଠା, 14/09, ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଗତ ପାଞ୍ଚ ତାରିଖ ସନ୍ଧ୍ୟା ସାତ ଘଣ୍ଟା କୋଡ଼ିଏ ମିନିଟ୍ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଇହଲୀଳା ସମ୍ବରଣ କରିଥିଲେ I ସ୍ଵର୍ଗତ ନାୟକଙ୍କ ଦେହାନ୍ତ ପରେ ବ୍ଳକ୍ ଅଧ୍ୟକ୍ଷ ଦାୟିତ୍ୱ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଶ୍ରୀମତୀ ପ୍ରଧାନ ଆଜି ବିଧିବଧ ଭାବେ ବ୍ଳକ୍ ଅଧ୍ୟକ୍ଷ ଆସନ ଗ୍ରହଣ କରିଛନ୍ତି I ଆଜି ପ୍ରମିଳା ପ୍ରଧାନ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ପୂର୍ବତନ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ବେଣୀପଲ୍ଲୀ ସରପଞ୍ଚ ଦୂର୍ଗାମାଧବ ନାୟକ, ବଡ଼ବୋର୍ସିଂ ସରପଞ୍ଚ ତଥା ବ୍ଳକ୍ ବିଜେଡ଼ି ସଭାପତି ଏସ୍ ରାମେଶ୍ଵର ପାତ୍ର,ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ଗୋବରା ସମିତିସଭ୍ୟ ବିଭୁପାଦ ଜେନା, ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ,ଉଢୁରା ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ,ନେଟଙ୍ଗା ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼, ସମିତିସଭ୍ୟ ରାଜୀବ ଲୋଚନ ନାଇକ,ଶାସନ ସରପଞ୍ଚ ପ୍ରତିନିଧି ସୀମାଞ୍ଚଳ ବିଷୋୟୀ,ବେଲଗୁଣ୍ଠା କାଉନସିଲର୍ ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାସ,ଦିଲ୍ଲୀପ୍ ଆଚାରୀ,ପ୍ରଦୀପ ସେଠୀ, କାଉନସିଲର୍ ପ୍ରତିନିଧି ସୀମାଞ୍ଚଳ ସାମଲ ପ୍ରମୁଖ ଶ୍ରୀମତୀ ପ୍ରଧାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ I ଆଗାମୀ ଦିନରେ ସମସ୍ତଙ୍କୁ ନେଇ କାର୍ଯ୍ୟ କରିବେ ବୋଲି ପ୍ରମିଳା ପ୍ରକାଶ କରିଥିଲେ I

 

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed