ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ସ୍ବର୍ଗତ ଲବ କିଶୋର ବିଶୋଇ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଧାରଗୁଡ଼ି ବସ ଭଵନରେ ଅନୁଷ୍ଠିତ ହୋଇଯାଇଛି. ତାଙ୍କ ପୁତ୍ର ଲମ୍ବୁଧର ବିଶୋଇ ପୂଜା ସମାପନ କରିଥିଲେ. ସ୍ବର୍ଗତ ବିଶୋଇ କଂଗ୍ରେସ ଦଳ ପକ୍ଷରୁ ଦୁଇ ଥର ସରପଞ୍ଚ ଏବଂ ଥରେ ଯ଼ୋନ ଏକ ର ଜ଼ିଲ୍ଲା ପରିଷଦ ସଭ୍ୟ ଥିଲେ. ଏହି ଅବସର ରେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ. ପୂର୍ବତନ ଏନଏସି ର ଉପାଧକ୍ଷ ବାପୁନ ତ୍ରିପାଠୀ. ବରିଷ୍ଠ କଂଗ୍ରେସ ନେତା ନୀଳକଣ୍ଠ ପୂଜାରୀ.ମନୋହର ବିଶୋଇ. ଦେବୀ ପ୍ରସାଦ ନାୟକ. ଜ଼ିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚଲାଣ. ସୁରେନ୍ଦ୍ର ଜେନା. ବିକ୍ରମ ଦେବ ମାଝୀ. ମୋହେନ୍ଦ୍ର ବିଶୋଇ. ପ୍ରଦୀପ ବିଶୋଇ ଙ୍କ ସମେତ ଛତିଶ ଗଡ଼ ଓ ଓଡ଼ିଶା ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ବର୍ଗତ ବିଶୋଇ ଙ୍କ ସ୍ମୁତି ଉଚ୍ଚାରଣ କରିଥିବା ର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହିରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
