April 30, 2026

ବିଭିନ୍ନ ଶିକ୍ଷାନୁଷ୍ଠାନରେ ହରଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

IMG-20250814-WA0067
Share

 

 

ବେଲଗୁଣ୍ଠା, ୧୪/୦୮, ବେଲଗୁଣ୍ଠାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ହରଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ହରଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମର ଶୁଭାରାମ୍ଭ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, କାର୍ଯ୍ୟନିର୍ବାହି ଅଧିକାରୀ ବନମାଳୀ ଶତପଥି, କାଉନସିଲର୍ ଭାସ୍କର ପାତ୍ର,କାଉନସିଲର୍ ପ୍ରତିନିଧି ରଞ୍ଜିତ୍ କୁମାର ସାମଲ୍ ଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମର ସ୍ୱାଇଁ, ଅଶୋକ କୁମାର ପ୍ରଧାନ, ଅଜୟ କୁମାର ବିଶ୍ୱାଳ, ଡ.ପ୍ରଫୁଲ୍ଲ କୁମାର ଜେନା,ସପନ କୁମାର ପ୍ରଧାନ, ଅଧ୍ୟାପିକା ପିଙ୍କି ପାତ୍ର, ରଞ୍ଜିତ୍ କୁମାର ସାମଲ୍, ବିଶ୍ୱରଞ୍ଜନ ସ୍ୱାଇଁ,ଯୁବ ସାମ୍ବାଦିକ ଶିବରାମ ଚୌଧୂରୀ ପ୍ରମୁଖ ଉପସ୍ଥିତ ଥିଲେ I ସେହିପରି ବେଲଗୁଣ୍ଠା ବ୍ଲକ୍ ର କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ତରଫରୁ ମଧ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ଡଃ ଗିରିଧର ନାୟକ ଏହି ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିବା ବେଳେ ଏହି ଶୋଭାଯାତ୍ରା ମହାବିଦ୍ୟାଳୟରୁ ବାହାରି କ୍ଷତ୍ରିୟବରପୁର ଗ୍ରାମ ଏବଂ ବଜାର ପରିକ୍ରମା କରିଥିଲା I ଏହି ଶୋଭାଯାତ୍ରାରେ କ୍ଷତ୍ରିୟବରପୁର ସରପଞ୍ଚ କମଳ କୁମାରୀ ପ୍ରଧାନ ସାମିଲ୍ ହୋଇ ଦେଶ ମାତୃକାର ପ୍ରତୀକ ତ୍ରିରଙ୍ଗା ପ୍ରତି ଜନ ସଚେତନତା ସୃ୍ଷ୍ଟି କରିଥିଲେ I ଏହି ଶୋଭାଯାତ୍ରାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ଯୁବ ରେଡକ୍ରସ୍ ଏବଂ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ସାମିଲ୍ ହୋଇଥିଲେ I ଏହି କାର୍ଯ୍ୟକ୍ରମକୁ ଅଞ୍ଚଳର ଜନ ସାଧାରଣ ସ୍ଲୋଗାନ୍ ଦେଇ ଉତ୍ସାହିତ କରିଥିଲେ I

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed