April 30, 2026

କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୁବ ଦିବସ ଅନୁଷ୍ଠିତ 

IMG-20250814-WA0066
Share

 

 

 

ବେଲଗୁଣ୍ଠା,14/08,,ଆଜି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବିଦ୍ୟାବିହାର ପରିସରରେ ଆନ୍ତର୍ଜାତୀୟ ଯୁବ ଦିବସ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜିଲ୍ଲା ପରିଷଦ ଜୋନ-୪୮ ର ସଦସ୍ୟ ସୁଧିର କୁମାର ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ ଯୁବ ସମାଜର ଭୂମିକା ସମ୍ବନ୍ଧୀୟ ବକ୍ତବ୍ୟ ପ୍ରଦାନ କରି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ମୁଖ୍ୟ ବକ୍ତା ରୂପେ ସ୍ଥାନୀୟ ସି.ଆର୍.ସି.ସି ଛାୟାକାନ୍ତ ମହାପାତ୍ର ଯୋଗ ଦେଇ ଯୁବ ବର୍ଗ ବିକଶିତ ଭାରତ ଗଠନରେ ପୂର୍ଣ୍ଣରୂପେ ସହଯୋଗ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସର ସଂଯୋଜକ ସୁଶାନ୍ତ କୁମାର ଲେଙ୍କା ସଂଯୋଜନା କରିଥିବା ବେଳେ ଅନୁଷ୍ଠାନ ର ଛାତ୍ରୀଗଣ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ I ଏଥିରେ ଅନୁଷ୍ଠାନର ସ୍କାଉଟ,ଏନ୍.ଏସ୍.ଏସ୍ ଓ ରେଡକ୍ରସ ୱିଙ୍ଗର ଛାତ୍ର ଛାତ୍ରୀମାନେ ସ୍କାଉଟ ରୋଭର ଲିଡର ଅଧ୍ୟାପକ ପି.ଦିପକ ରାଓ, ରେଞ୍ଜର ଲିଡର ଅଧ୍ୟାପିକା ଜୟଶ୍ରୀ ସେଠୀ, ଜାତୀୟ ସେବା ଯୋଜନା ( ଏନ୍.ଏସ୍.ଏସ୍ ) ଅଧିକାରୀ ଅଧ୍ୟାପକ ଭବାନୀ ଶଙ୍କର ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବେଳେ ଯୁବ ରେଡକ୍ରସର ସଂଯୋଜକ ସୁଶାନ୍ତ କୁମାର ଲେଙ୍କା ଏବଂ ସହ ସଂଯୋଜକ ସୌମେନ୍ଦୁ ପଣ୍ଡା ସମସ୍ତ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ା କାର୍ଯ୍ୟକ୍ରମକୁ ରସାୟନ ବିଜ୍ଞାନ ବିଭାଗ ପ୍ରତିପାଦକ ଦେବେଶ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ ତ୍ରିନାଥ ବେହେରା,ପ୍ରଦୀପ ଦିଗାଲ,ଗାଙ୍ଗୁଲି ପାଲଟା ସିଂ, ଅର୍କଧ୍ବଜ ପଣ୍ଡା, ଜଗତ ରଞ୍ଜନ ବିଶ୍ବାଳ, ଆଶୁତୋଷ ପ୍ରଧାନ, ମନୋଜ କଅଁର,ବିକ୍ରମ କେଶରୀ ରାଉତ, ଅଧ୍ୟାପିକା ରୁନିବାଳା ତ୍ରିପାଠୀ,ସୁନିତା ଦଳବେହେରା,କିରଣ କଅଁର,ଭାରତୀ ବିଶ୍ବାଳ ଓ ଗାର୍ଡେନର ରମେଶ ଚନ୍ଦ୍ର ବିଷୋୟୀ,ବଳରାମ ଗୌଡ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ I ଶେଷରେ ଯୁବ ରେଡକ୍ରସ୍ ସହ ସଂଯୋଜକ ସୌମେନ୍ଦୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed