ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ ପକ୍ଷରୁ ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ

ଆଜି ପୁରୀ ସହରର ଅଗ୍ରଣୀ ଅନୁଷ୍ଠାନ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ ପକ୍ଷରୁ ଗୋପ ବ୍ଲକ ନୂଆସନ୍ଥ ଗ୍ରାମର ଉତ୍କଳମଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇଶହରୁ ଉର୍ଦ୍ଧ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ଅଧକ୍ଷାଙ୍କ ନେତୃତ୍ୱରେ ମୁଖ୍ୟ ଅତିଥିଭାବେ ପ୍ରକୃତି ବନ୍ଧୁ ପ୍ରଦୀପ ଦଳାଇ, ବୃକ୍ଷ ମଣିଷ ପ୍ରକାଶ ଆଚାର୍ଯ୍ୟ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶାଶ୍ଵତୀ ମହାପାତ୍ର, ଚିତ୍ରରୁପା ଷଡ଼ଙ୍ଗୀ, ମିନା ପ୍ରଧାନ, ରମେଶ ଚନ୍ଦ୍ର ପଣ୍ଡା,ସତ୍ୟବାଦୀ ଦାଶ, ନବଘନ ଶତପଥୀ, ବିଜୟ କୁମାର ପରିଡା, ହରପ୍ରିୟା କର ବିଶ୍ଵଭାନୁ ସ୍ୱାଇଁ, ରୂପେଲିରାଣୀ ମିଶ୍ର ସରୋଜିନୀ ପୃଷ୍ଟି ପ୍ରମୁଖ ଯୋଗଦାନ କରି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜର ଅଭିଭାଷଣରେ ବୃକ୍ଷର ଉପକାରିତା, ସ୍ୱାସ୍ଥ୍ୟର ଯତ୍ନ, ନିଶାଠାରୁ କିଭଳି ଦୁରେଇ ରହିବା କହିଥିଲେ l ପରେପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ବିଦ୍ୟାଳୟର ସମସ୍ତ ଛାତ୍ର ପ୍ରଦୀପ ଦଳେଇଙ୍କ ସହିତ ମିଶି ଖରାରେ ଗାତ ଖୋଲିବା ସହିତ ଛାତ୍ରଛାତ୍ରୀ ମାନେ ଗଛ ଲଗାଇବାରେ ନିଜକୁ ନିୟୋଜିତ କରିଥିଲେ l ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କର ଏଭଳି ଶୃଙ୍ଖଳିତ ଭାବେ ବସିବା, ସମସ୍ତଙ୍କ ଅଭିଭାଷଣ ଶୁଣିବା ସହିତ ଶୃଙ୍ଖଳାର ସହିତ ବୃକ୍ଷରୋପଣ କରିବା ଦେଖି ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା କରିବା ସହିତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟର ଅଧକ୍ଷା ସବିତା ମିଶ୍ରଙ୍କ ସହିତ ଗୀତାଞ୍ଜଳି ପଣ୍ଡା , ଝାନ୍ସୀରାଣୀ ମିଶ୍ର,ନମିତା ଦେ, ସସ୍ମିତା ଶତପଥୀ,ନିରଞ୍ଜନ ମିଶ୍ର, କୁନା ମିଶ୍ର, ଦିବ୍ୟସିଂହ ପ୍ରଧାନ, ମନୋରଞ୍ଜନ ଜେନା ଓ ସାମ୍ବାଦିକ ରମେଶ ସାହୁଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
