March 12, 2026

ଦିନ ଦିବସ ରେ କାର ଅଟକାଇ ପଚାଶ ହଜାର ଝାମ୍ପିନେଲେ ଦୃବୁତ୍ତ,

IMG-20230814-WA0020
Share

ଦିନ ଦିବସ ରେ କାର ଅଟକାଇ ପଚାଶ ହଜାର ଝାମ୍ପିନେଲେ ଦୃବୁତ୍ତ,
===================

=ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଥାନା ଅନ୍ତର୍ଗତ 16 ନଂ ଜାତୀୟ ରାଜପଥ ଅଗସ୍ତି ନୁଆଁ ଗାଁ ଛକ ଠାରୁ କିଛି ଦୂର ତେଲୁଗୁ ନୁଆଁ ଗାଁ ଛକ ସମୁଖରୁ ସୋମବାର ଦିନ କାର ଅଟକାଇ 50 ହଜାର ଟଙ୍କା ଝାମ୍ପି ନେଇ ଚମ୍ପଟ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି l ଟଙ୍କା ଛଡାଇ ଲୁଟେରା ମାନେ କାରରେ ବସି ଚାଲିଯାଇଥିବା ବେଳେ ମୋଟର ସାଇକେଲଟିକୁ ସେଠାରେ ଛାଡି ଚାଲିଯାଇଛନ୍ତି l ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ମୋଟର ସାଇକେଲ ଜବତ କରିଛନ୍ତି l ଘଟଣା ସ୍ଥଳରୁ ମିଳିଥିବା ସୂଚନା ଅନୁଯାଇ ତାମିଲlଡୁ ଅଞ୍ଚଳର ଦୁଇ ଭାଇ ଓ ଅନ୍ୟ ଜଣେ ସାଙ୍ଗ ଗୋଟାଏ ଇଟା ଫେକ୍ଟ୍ରି କାମକରୁଥିଲେ ମାଲିକ ଠାରୁ ଟଙ୍କା ଆଣି ମିଶିକି ପୁରୀ ଯାଉଥିଲେ l 16ନଂ ଜାତୀୟ ରାଜପଥ କର A ୱାନ ଢ଼ାବା ଠାରେ ଗାଡି ରଖି ସେଠାରେ ଖିଆ ପିଆ କରିଥିଲେ l ପ୍ରୟ 1ଘଣ୍ଟା ରହିଥିଲେ ଉକ୍ତ ସମୟରେ ଲୁଟେରା ମାନେ ତାଙ୍କୁ ଫଲୋ କରି ବାଇକ ରେ ଲୁଟେରା ଆସି କାର ଚାଲାକ ଆଗରେ ଆଡ ପକାଇ ଆଗରେ ରଖି ଅଟକାଇ ଥିଲେ l ଚାଲାକ କାର ରଖି କିଛି ପଛାରିବା ପୂର୍ବରୁ କାର ଭିତରେ ଥିବା ଟଙ୍କା ବେଗ କୁ ଉଠେଇ ନେଇଥିଲେ ପଛରେ ଆସୁଥିବା ଅନ୍ୟ ଲୁଟେରା ମାନେ 50 ହଜାର ଟଙ୍କା ଛଡାଇ ନେଇ କାରରେ ସାଥୀକୁ ସାଙ୍ଗରେ ନେଇ ଚାଲିଯାଇଥିଲେ,ବୋଲି ଲୁଟର ଶିକାର ହୋଇଥିବା ବ୍ୟକ୍ତି ଗଣମାଧ୍ୟମକୁ କହିଛନ୍ତି l ଅନ୍ୟପଟେ ଗଞ୍ଜାମ ଥାନା ଇଲାକାରେ ବାରମ୍ବାର ଚୋରି ଘଟୁଥିଲା କିନ୍ତୁ ଡକାୟତି ଘଟା ଇ ଲୁଟେରା ମାନେ ଏବେ ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି