ଚ୍ୟାମିଲ ଓଝା ଙ୍କୁ ନ୍ୟାୟନମିଳିବା ପର୍ଯ୍ୟନ୍ତ, ତିର୍ତ୍ତୋଲ ସରପଞ୍ଚସଙ୍ଘ ଆନ୍ଦୋଳନ ଜାରିରଖିବ..
ତିର୍ତ୍ତୋଲ ତା 14/6/2026, ଆମରାଜ୍ୟରେ ଯେଉଁ ଡବଲଇଞ୍ଜିନ ସରକାର ମହିଳାମାନଙ୍କ ପାଇଁ ସଙ୍ଗରକ୍ଷଣ ବ୍ୟବସ୍ଥା ଉପରେ ଡିଣ୍ଡିମ ପିଟୁଛନ୍ତି l କେନ୍ଦ୍ରାପଡ଼ାଜିଲ୍ଲା ମହାକାଳପଡା ବ୍ଲକ, ତିକ୍ଷୀରି ପଞ୍ଚାୟତ ର ନିର୍ବାଚିତ ସରପଞ୍ଚ ଭଉଣୀ ଚାମେଲୀ ଓଝା ପ୍ରତି ଯେପରି ଭାବରେ ଅମାନୁଷିକ ଅତ୍ୟାଚାର କରାଗଲା, ଏହା କଣ ତାର ଜ୍ୱଳନ୍ତନିଦର୍ଶନ? ବୋଲି ପ୍ରଶ୍ନକରିଛନ୍ତି ତିର୍ତ୍ତୋଲବ୍ଲକ ସରପଞ୍ଚ ସଂଘର ସଭାପତି ତଥା ମୂଳିସିଂହ ପଞ୍ଚାୟତ ର ସରପଞ୍ଚ ସଫି ଆଜାମ l ଏଥିପାଇଁ ତିର୍ତ୍ତୋଲବ୍ଲକ ସରପଞ୍ଚସଙ୍ଘ ର ସମସ୍ତ ସରପଞ୍ଚ ଏହାର ଘୋରନିନ୍ଦା କରିବାସହିତ, ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର ଦଣ୍ଡବିଧାନ କରାଯାଉ ବୋଲି ସେମାନେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟ ରେ ନିବେଦନ ଓ ଦାବୀ କରିଅଛନ୍ତି l ଯଦି ସରକାର ଏଥିପ୍ରତି ଯଥାର୍ଥ ଦୃଷ୍ଟି ନଦିଅନ୍ତି ତେବେ ତିର୍ତ୍ତୋଲ ସମେତ ରାଜ୍ୟସରପଞ୍ଚ ସଙ୍ଘ ଆନ୍ଦୋଳନ କରିବା ସହିତ ରାଜରାସ୍ତା କୁ ଓହ୍ଲାଇବ ବୋଲି ସରପଞ୍ଚ ସଫି ଆଜାମ ଚେତାବନୀ ଦେଇଛନ୍ତି l ସାରାରାଜ୍ୟରେ ଆଜି ଆଇନିଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ, ନାରୀନିର୍ଯ୍ୟାତନା ବଢ଼ିଚାଲିଛି l ଯଦି ସରକାର ଏସବୁ କୁ ନିୟନ୍ତ୍ରଣ ନକରନ୍ତି ତେବେ ଆଗାମୀ ଦିନରେ ଶାନ୍ତିପ୍ରିୟ ଓଡିଶାବାସୀ ଏହାର ଠିକଣା ଜବାବ ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି l ବ୍ଲକପ୍ରଶାସନ, ପୋଲିସପ୍ରଶାସନ ଓ ସରକାରୀଦଳୀୟ ନେତା ଓ ସମର୍ଥକ ମାନେ ଏହି ବର୍ବରତl କରିଛନ୍ତି, ଯେତେଶୀଘ୍ର ସେମାନଙ୍କ ବିରୁଦ୍ଧରେ ଆଇନୀଗତ କାର୍ଯାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ, ଜିଲ୍ଲାପାଳ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଖୁବଶୀଘ୍ର ଦାବିପତ୍ର ପ୍ରଦାନ କରାଯିବ ବୋଲି, ତିର୍ତ୍ତୋଲ ସରପଞ୍ଚ ସଙ୍ଘର ସଭାପତି ସଫି ଆ ଜାମ ବିଭିନ୍ନ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଅଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
