ବିଷୁବ ସାରସ୍ବତ ସମାରୋହ ଅନୁଷ୍ଠିତ……..

nook
Share

 

ଉମରକୋଟ-ତା୧୪-୪-୨୦୨୪ ରିଖଦିନ ଫକୀରମୋହନ ପଠନଶାଳା ଆନୁକୂଲ୍ୟରେ ବିଷୁବ ସାରସ୍ବତ ସମାରୋହ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ଅଧିବେଶନ ଶ୍ରୀ ପ୍ରଫୁଲ କୁମାର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ବଲ୍ଲଭ ରାଉତ ମୁଖ୍ୟ ବକ୍ତା ଡା ସୁରେନ୍ଦ୍ର ନାଥ ଦାଶ ସମ୍ମାନିତ ଅତିଥି ଅଧ୍ୟାପକ ଗୋପାଳ ମହାରଣା, ଅଧ୍ୟାପକ ପରୀକ୍ଷିତ ସାହୁ,ଶ୍ରୀନିବାସ ପଟ୍ଟନାୟକ, ସମ୍ମାନିତ ବକ୍ତା ଶ୍ରୀରାମଚନ୍ଦ୍ର ରାମ, ଶ୍ରମତୀ ମନୋରମା ମହାପାତ୍ର ଓ ଶ୍ରୀମତୀ ଗୀତାଞ୍ଜଳି ଦାଶ ଅଂଶ ଗ୍ରହଣ କରି କବି ବଲ୍ଲଭ ରାଉତ ଙ୍କ କବିତା ସଙ୍କଳନ “ବର୍ଣ୍ଣଳୀ’ ଉନ୍ମୋଚନ କରିଥିଲେ। ସମୀକ୍ଷା କରିଥିଲେ ଶ୍ରୀ କେଦାରେଶ୍ୱର ପଟ୍ଟନାୟକ।ତାପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଦ୍ବିତୀୟ ଅଧିବେଶନରେ ଶାନ୍ତି ଲତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂଯୋଜନା ରେ ଅଂଶ ଗ୍ରହଣ କରିଥିଲେ ଶ୍ରୀମତୀ ପ୍ରଭାତୀ ଦେବନାଥ, ଶ୍ରୀ ବିବେକାନନ୍ଦ ପଟ୍ଟନାୟକ,ଶ୍ରୀ ନଗେନ୍ଦ୍ର କୁମାର ରାଉତ ଓ ଶ୍ରୀ ସାଗର କୁମାର ପରିଡା।ପ୍ରାୟ ୫୦ଜଣ କବି କବିତା ପାଠରେ ଅଂଶ ଗ୍ରହଣ କରିଥିଲେ।ଶେଷରେ ଶ୍ରୀ ବୈକୁଣ୍ଠ ନାଥ ମହାପାତ୍ର ଧନ୍ୟବାଦ ଦେଇ କାର୍ଯ୍ଯକ୍ରମର ପରିସମାପ୍ତି ଘୋଷଣା କରିଥିଲେ ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed