April 30, 2026

ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ, ଦୁଇ ଗମାଙ୍ଗ ଙ୍କ ମଧ୍ୟରେ ହେବ ଲଢେଇ ….

dasss
Share


ଗଜପତି ଜିଲ୍ଲା ଏକ ପଛୁଆ ଜିଲ୍ଲା ଅଟେ। ଏହି ଜିଲ୍ଲା ରେ ସବୁଠାରୁ କମ ସାକ୍ଷରତା ହାର। ଏହି ଜିଲ୍ଲା ରେ ଦୁଇଟି ନିର୍ବାଚନ ମଣ୍ଡଳୀ ରହିଛି। ଗୋଟିଏ ହେଲା ପାରଳା ଏବଂ ଦ୍ୱିତୀୟ ଟି ହେଲା ମୋହନା। ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀ ଆଦିବାସୀ ଙ୍କ ନିମନ୍ତେ ସଂରକ୍ଷିତ ରହିଛି। ଏହି ନିର୍ବାଚନ ମଣ୍ଡଳୀ ଚାରୋଟି ବ୍ଲକ କୁ ନେଇ ଗଠନ ହୋଇଛି। ମୋହନା,
ଆର.ଉଦୟଗିରି, ନୂଆଗଡ ଓ ରାୟଗଡ଼। ଏହି ଚାରୋଟି ବ୍ଲକର ୯୬ ଟି ଗ୍ରାମ ପଞ୍ଚାୟତ କୁ ନେଇ ଗଠିତ ମୋହନା ନିର୍ବାଚନ ମଣ୍ଡଳୀ। ସେଥି ମଧ୍ୟରୁ କେବଳ ମୋହନା ବ୍ଲକରେ ରହିଛି ୩୯ ଟି ଗ୍ରାମ ପଞ୍ଚାୟତ। ଅନ୍ୟ ତିନିଟି ବ୍ଲକ ରେ ରହିଛି ୫୭ଟି ଗ୍ରାମ ପଞ୍ଚାୟତ। ଏହି ନିର୍ବାଚନ ରେ ବିଜେପି ଦଳ ବର୍ତ୍ତମାନ ସୁଦ୍ଧା ମୋହନା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ପ୍ରଥମ କରି କଂଗ୍ରେସ ଦଳ ତାର ପ୍ରାର୍ଥୀ ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ଙ୍କୁ ପୁଣି ପ୍ରାର୍ଥୀ ଭାବେ ଘୋଷଣା କରିଛି। ସେହିପରି ବିଜେଡି ଦଳ ମୋହନା ନିର୍ବାଚନ ମଣ୍ଡଳୀରେ ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଥିବା ଶ୍ରୀମତି ପୂର୍ଣ୍ଣବାସି ନାୟକ ଙ୍କ ସ୍ବାମୀ ତଥା ଗଜପତି ଜିଲ୍ଲା ର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ଙ୍କୁ ଦଳୀୟ ପ୍ରାର୍ଥୀ କରି ରଣାଙ୍ଗନ କୁ ଓହ୍ଲାଇଛି। ବର୍ତ୍ତମାନ ବିଜେଡି ଦଳରୁ ଅନ୍ତର୍ଯ୍ୟାମୀ ଗମାଙ୍ଗ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଦଳରୁ ଦାଶରଥି ଗମାଙ୍ଗ ପ୍ରାର୍ଥୀ ହୋଇଛନ୍ତି। ବର୍ତ୍ତମାନ ଦୁଇ ହେବି ୱେଟ ଗମାଙ୍ଗ ମଧ୍ୟରେ ଲଢେଇ ହେବ। ଦେଖିବାକୁ ବାକି ରହିଲା ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯାଉଛି। ରାଜ ମୁକୁଟ କିଏ ପିନ୍ଧି ରାଜ୍ୟ ବିଧାନସଭା କୁ ଯିବେ। କେଉଁ ଗମାଙ୍ଗ ନିର୍ବାଚନରେ ବାଜିମାତ କରିବ ଆଗାମୀ ନିର୍ବାଚନ ଫଳାଫଳ ରୁ ହିଁ ଜଣାପଡ଼ିବ।

You may have missed