April 30, 2026

ନୀଳଗିରି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ୍ କ୍ରସ୍ ତରଫରୁ ଜିଲ୍ଲା ସ୍ତରୀୟ ଶିବିର ଅନୁଷ୍ଠିତ….

ond
Share

ବାଲେଶ୍ବର,

ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ୍ କ୍ରସ ତରଫରୁ ଏକ ଦିନିକିଆ ଫାଷ୍ଟ ଏଡ୍ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରର ଉଦଘାଟନୀ ଉତ୍ସବରେ ବାଲେଶ୍ୱର ଜିଲ୍ଲାଯୁବ ରେଡ୍ କ୍ରସର ଚେୟାରମେନ ତଥା ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଦିଲ୍ଲୀପ କୁମାର ଘୋଷ, ଜିଲ୍ଲା ଯୁବରେଡ କ୍ରସ୍ ର କନଭେନର ଡ ବିଭୁଦତ୍ତ ବେହେରା, ବାଲେଶ୍ଵର ଜିଲ୍ଲା ସଂଯୋଜକ ଅଧ୍ୟାପକ ସୁଧୀର ମୁଦୁଲି, ନୀଳଗିରି ମହିଳା ଜୁନିୟର ମହାବିଦ୍ୟାଳୟର କାଉନସେଲର୍ ଅଧ୍ୟାପକ ସତ୍ୟରଞ୍ଜନ ମିଶ୍ର ଯୋଗଦେଇ ରେଡକ୍ରସର ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ସେହିପରି ଉଦଘାଟନୀ ଉତ୍ସବ ପରେ ତାଲିମ ଶିବିରରେ ପ୍ରଶିକ୍ଷକ ରୂପେ ମାଣିଦା ମହାବିଦ୍ୟାଳୟ ମୟୁରଭଂଜର ଅଧ୍ୟାପକ ଡ ଦିଲ୍ଲୀପ କୁମାର ଭୋଇ ଓ ବକ୍ସି ଜଗବନ୍ଧୁ ବିଦ୍ୟାଧର ଡ଼ିଗ୍ରୀ ମହାବିଦ୍ୟାଳୟ ପୁରୀ ର ଅଧ୍ୟାପିକା ଇତିଶ୍ରୀ ସୁନ୍ଦରା ଯୋଗଦେଇ ପ୍ରାଥମିକ ଉପଚାର ସମ୍ପର୍କିତ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଶିବିରରେ ସ୍ୱର୍ଣ୍ଣଚୁଡ ମହାବିଦ୍ୟାଳୟ ମିତ୍ରପୁର, ନୀଳଗିରି ମହାବିଦ୍ୟାଳୟ ନୀଳଗିରି, ସଂସ୍କୃତ ମହାବିଦ୍ୟାଳୟ ନୀଳଗିରି, ବରହମପୁର ଡ଼ିଗ୍ରୀ ମହାବିଦ୍ୟାଳୟ ବରହମପୁର, ବାବା ପଞ୍ଚଲିଙ୍ଗେଶ୍ୱର ମହାବିଦ୍ୟାଳୟ ସନ୍ତରାଗଡିଆ, ନୀଳଗିରି ଜୁନିୟର ମହିଳା ମହାବିଦ୍ୟାଳୟ ନୀଳଗିରିର ଯୁବରେଡ କ୍ରସ ଛାତ୍ରଛାତ୍ରୀ ଓ କାଉନସେଲର ଯୋଗଦେଇ ଉକ୍ତ କାର୍ଯକ୍ରମକୁ ସଫଳ କରିଥିଲେ । ଶିବିର ପ୍ରାରମ୍ଭରେ ମହାବିଦ୍ୟାଳୟର କାଉନସେଲର ଡ ପ୍ରଦୀପ୍ତ କୁମାର ମିଶ୍ର ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ ଦେଇଥିବାବେଳେ ଶେଷରେ ମହାବିଦ୍ୟାଳୟର ଅଧ୍ୟାପିକା ସୁଷମା ସିଂହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଶିବିରରେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଶେଷରେ ଏପରି କାର୍ଯକ୍ରମକୁ ସମସ୍ତ ଅତିଥି ଓ ପ୍ରଶିକ୍ଷକମାନେ ପ୍ରଶଂସା କରିଥିଲେ ।

 

(ଦେବାଶିଷ ଦାଶ )

You may have missed