August 19, 2026

ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ତଦାରଖ କଲେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ

IMG-20230314-WA0041
Share

 

–ଗଜପତି ଜିଲ୍ଲା ମୋହନା ସଦର ମହକୁମା ଠାରେ ଥିବା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ବିଭାଗ 5 –T ଅନ୍ତର୍ଭୁକ୍ତ କରି ରୂପାନ୍ତରିତ କାର୍ଯ୍ୟ ଚାଲୁରଖିଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟ ଶେଷ ହେବ ବୋଲି ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ରାକେଶ କୁମାର ସାହୁ ଆଜି କାର୍ଯ୍ୟ ତଦାରଖ ବେଳେ ପ୍ରକାଶ କରିଛନ୍ତି।କାର୍ଯ୍ୟ ତଦାରଖ ବେଳେ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ଇଂ. ତ୍ରିଲୋଚନ ସେଠୀ ମଧ୍ୟ ଉପସ୍ଥିତ ଥିଲେ।କାର୍ଯ୍ୟ ଶେଷ ସୀମାରେ ପହଞ୍ଚି ଥିବା ବେଳେ ଠିକାଦାର ହରିଶ୍ଚନ୍ଦ୍ର ପାତ୍ର ଙ୍କୁ ବକେୟା ଥିବା କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବା ନିମନ୍ତେ ନିର୍ଦ୍ଧେଶ ଦେଇଥିବା ପ୍ରକାଶ।ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ଥିବା ବହୁ ପୁରାତନ ବିଦ୍ୟାଳୟ କୋଠା ବର୍ତ୍ତମାନ ଉଚ୍ଚ କୋଟିର କାର୍ଯ୍ୟ ହୋଇଥିବାରୁ ସ୍ତାନୀୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ କର୍ମଚାରୀ, ସ୍ତାନୀୟ ବାସିନ୍ଦା ବିଭାଗ କର୍ମଚାରୀ ଙ୍କୁ ସାଧୁବାଦ ଜଣାଇଥିବା ସହ ପ୍ରକଳ୍ପ ପ୍ରଶାସକ ଏବଂ ଜିଲ୍ଲାପାଳ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।ବର୍ତ୍ତମାନ ବିଦ୍ୟାଳୟ କୋଠା ଉଦଘାଟନ ଅପେକ୍ଷାରେ ଥିବା ପ୍ରକାଶ।

You may have missed