April 26, 2026

ଜଙ୍ଗଲରେ ନିଆଁ , ରାସ୍ତାରେ ମୟୁର , ଅଡୁଆରେ ବନ ବିଭାଗ 

IMG-20230314-WA0045
Share

 

 

ବୁଗୁଡ଼ା : ତା ୧୪/୦୩/୨୩ : ସଂପ୍ରତି ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ଅଗ୍ନିର ତାଣ୍ଡବ ଅହରହ ଚାଲିଥିବା ବେଳେ ବନ୍ଯଜନ୍ତୁଙ୍କ ସୁରକ୍ଷା ପ୍ରତି ବିପଦ ହେତୁରୁ ରାସ୍ତାରେ ପଲ ପଲ ମୟୁର ଘୂରି ବୁଲୁଥିବା ବେଳେ ଅଗ୍ନି ନିର୍ବାପନରେ ବିଫଳତା ଯୋଗୁଁ ସ୍ଥାନୀୟ ବନ ବିଭାଗ ଅଡୁଆରେ ପଡି ଯାଇଥିବା ଦେଖିବାକୁ ମିଳିଛି । ବନ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଅନେକ ଗୁଡିଏ ବନ ସୁରକ୍ଷା ସମିତି ଗଠନ କରାଯାଇଥିଲେ ହେଁ ଏ ଅସମୟରେ ସେଗୁଡିକର ଭୂମିକା ଲୋକଲୋଚନକୁ ଆସୁନାହିଁ । ବନ୍ୟଜନ୍ତୁ ଶିକାର ଓ ଅଙ୍ଗାର ପାଇଁ ଦୁର୍ବୃତ୍ତମାନେ ଜଙ୍ଗଲ ଦହନ ଭଳି ଅମାନବୀୟ କାଣ୍ଡ ଘଟାଉଥିବା ନେଇ ସର୍ବତ୍ର ଆଲୋଚନା ହେଉଥିଲେ ହେଁ ସେହି ନ୍ଯସ୍ତସ୍ବାର୍ଥ ବ୍ଯକ୍ତିଙ୍କୁ ଚିହ୍ନଟ କରାଯାଇ ପାରୁନାହିଁ । ଏହି ମାନବକୃତ ବନାଗ୍ନି ପାଇଁ ଏକ ପକ୍ଷରେ ଆବଶ୍ୟକୀୟ ଜନ ସଚେତନତାର ଅଭାବକୁ ସାଧାରଣରେ ଦାୟୀ କରାଯାଉଥିବା ବେଳେ ଅନ୍ୟପକ୍ଷରେ ସ୍ଥାନୀୟ ଗଣମାଧ୍ୟମର ଦୃଷ୍ଟି ଆଢୁଆଳରେ ଖାଦ୍ୟପେୟକୁ ପ୍ରାଧାନ୍ୟ ଦେଇ କାମଚଳା ବନ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଆୟୋଜକ ବନ ବିଭାଗକୁ ମଧ୍ୟ ବୁଦ୍ଧିଜୀବୀ ମହଲରେ ଦାୟୀ କରାଯାଉଛି । ସାମାଜିକ ବନୀକରଣ ଓ ବନ୍ୟପ୍ରାଣୀ ସୁରକ୍ଷାର ସଚେତନତା ପାଇଁ ଅଜସ୍ର ସରକାରୀ ଅର୍ଥ ବ୍ଯୟ ହେଉଥିଲେ ସୁଦ୍ଧା ସ୍ଥାନୀୟ ବନ ବିଭାଗର ନିଷ୍ଫଳ ଉଦ୍ଯମ ଯୋଗୁଁ ତାହା ବ୍ଯର୍ଥ ହୋଇଯାଇଛି । ତେବେ ବନାଗ୍ନି ଦମନରେ ଅସମର୍ଥ ବନ ବିଭାଗ ଏବେ ହାତ ଟେକି ଦେଇ ସାରିଥିବା ବେଳେ କେବଳ ବରଷା ହିଁ ଏବେ ଭରସା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।