September 26, 2026

ବସଷ୍ଟାଣ୍ଡ ନିକଟସ୍ଥ ସଂଜୀବନୀ ହସ୍ପିଟାଲ ପରିସରରେ ପ୍ରତିଭା ପୂଜା ପରିଷଦ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଓ ମକର ଉତ୍ସବ ପାଳିତ ହୋଇଛି

IMG-20250114-WA0073
Share

            ବସଷ୍ଟାଣ୍ଡ ନିକଟସ୍ଥ ସଂଜୀବନୀ ହସ୍ପିଟାଲ ପରିସରରେ ପ୍ରତିଭା ପୂଜା ପରିଷଦ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଓ ମକର ଉତ୍ସବ ପାଳିତ ହୋଇଛି l ପରିଷଦର ସଭାପତି ଗୁଣ୍ଡିଚା ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିଦ୍ଧେର୍ଶକ ଡକ୍ଟର କୈଳାଶ ଚନ୍ଦ୍ର ଟିକାୟତ ରାୟ, ସମାଜସେବୀ ଡାକ୍ତର ଦେବେନ୍ଦ୍ର ନାଥ ତରାଇ, ସ୍ତମ୍ଭକାର ଗୌରାଙ୍ଗ ଚରଣ ପରିଡା, ଓକିଲ ସଂଘର ପ୍ରାକ୍ତନ ସଭାପତି ପୁଷ୍କର ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିଲେ l ପ୍ରାରମ୍ଭରେ ସମ୍ପାଦକ ଡକ୍ଟର ପ୍ରଧାନ ଧୀରେନ୍ଦ୍ର ରାୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥିପରିଚୟ ପ୍ରଦାନ କରିଥିଲେ l ଅତିଥିମାନେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ସମାଜ ସଂସ୍କାରରେ ଗୁରୁତ୍ୱପୂର୍ଣ୍ଣ ଦିଗ ବିଷୟରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ଆଇନଜୀବୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଯୋଗଦାନ କରିଥିଲେ l ଶେଷରେ ପରିଷଦର ଉପସଭାପତି ଭୀମସେନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed