May 11, 2026

ମକର ମିଳନ ବାର୍ଷିକ ସାରସ୍ୱତ ସମାରୋହ..

IMG-20250114-WA0066
Share

 

 

ବୋଲଗଡ଼,୧୪/୧(ଉପାନ୍ତ ଖବର):ବୋଲଗଡ଼ ମୁଖ୍ୟାଳୟସ୍ଥ କଳା ସାହିତ୍ୟ ସଂସ୍କୃତି ବିକାଶ

ପ୍ରତିଷ୍ଠାନ ନନ୍ଦିଘୋଷ ଠାରେ ମଙ୍ଗଳବାର ଉତ୍ତରାୟଣ ପର୍ବର ଆଦ୍ୟ ଉନ୍ମେଷର ଶୁଭ ଅବସରରେ ମକର ମିଳନ ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଅଛି।ଏହି ମକର ମିଳନ ଉତ୍ସବ ତଥା କବିତା ପାଠୋତ୍ସଵ ଓ ସାହିତ୍ୟ ସଭାରେ ଶିକ୍ଷାବିତ ହରିବନ୍ଧୁ ସାହୁ ସଭାପତିତ୍ୱ କରିଥିଲେ।ଅତିଥି ଭାବେ ଅବସରପ୍ରାପ୍ତ ଓଡ଼ିଆ ଅପ୍ରାଧ୍ୟାପକ ଡ଼ଃ କୈଳାଶ ଚନ୍ଦ୍ର ବାଣ୍ଠ,ସୁସାହିତ୍ୟିକ ଚନ୍ଦ୍ର ବିଜୟୀ

ମିଶ୍ର,ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ସୁବୁଦ୍ଧି,ଡ଼ଃ ସୁରେଶ କୁମାର ଛୋଟରାୟଙ୍କ

ସମେତ ସଂଯୋଜିକା ଓ ସଂଯୋଜକ ହରପ୍ରିୟା ଦ୍ବିବେଦୀ ଓ ଶ୍ରୀକାନ୍ତ କୁମାର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ।ତେବେ ଶ୍ରୀ

ବାଣ୍ଠ ଯୋଗଦେଇ ସାହିତ୍ୟନୁରାଗି ବିଶିଷ୍ଠ ଔପନାସିକ ଫକୀର ମୋହନ ସେନାପତିଙ୍କ

ନିଖୁଣ ଓ ଜୀବନ୍ତ ଗଳ୍ପ ଓ ଜୀବନୀ ସମ୍ପର୍କରେ ଗୁରୁତ୍ୟାରୋପ କରିଥିଲେ।ଔପନସିକ ତଥା

ଗାଳ୍ପିକ ସ୍ବର୍ଗତ ସେନାପତିଙ୍କ ଲେଖନୀ ଆଦୃତ ମାମୁଁ,ଲଛମା, ଛମାଣ ଆଠଗୁଣ୍ଠ,ପ୍ରାୟଶ୍ଚିତ ସେହିପରି ଖୁଦ୍ରଗଳ୍ପ ରେବତୀ,ପେଣ୍ଟଡ଼ ମେଡିସିନୀ ଓ ରାଣ୍ଡୀପୁଅ ଅନନ୍ତ ସହ ଆତ୍ମଜୀବନୀର ସ୍ୱରୂପ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ।ସ୍ବର୍ଗତ ସେନାପତି ୧୮୪୩ ମକର ସଂକ୍ରାନ୍ତି ତିଥି ଶୁକ୍ରବାର ଧରାପୃଷ୍ଟକୁ ଆସିଥିବା ବେଳେ ୧୯୧୮ ରଜ ସଂକ୍ରାନ୍ତି ତିଥି ଶୁକ୍ରବାର ଇହଧାମରୁ ବିଦାୟ ନେଇଥବାରୁ ସେ ସଂକ୍ରାନ୍ତି ପୁରୁଷ ବା ‘କ୍ରାନ୍ତି’ ପୁରୁଷ ଭାବେ ସୁପରିଚିତ ଥିଲେ ବୋଲି ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀ ବାଣ୍ଠ କହିଥିଲେ।

ଏଥିରେ ବହୁ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ।ପ୍ରାରମ୍ଭରେ ଅତିଥିମାନେ ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ନନ୍ଦିଘୋଷ ସମ୍ପାଦକ ଧୀରେଶ ଚନ୍ଦ୍ର ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ

କରିଥିଲେ ଓ ଶେଷରେ ସନାତନ ପାଟଶାଣୀ (ମୀନ) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।