April 27, 2026

ନାରୀ ର ସଂମ୍ମାନ ବିଶ୍ୱର ସଂମ୍ମାନ ମାତୃ ଶକ୍ତିର ସୁରକ୍ଷା ହିଁ ବିଶ୍ୱର ସୁରକ୍ଷା

WhatsApp Image 2023-01-13 at 20.24.35
Share

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ହୁମା ଶଲଟ କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଶୁକ୍ରବାର ଉଦଘାଟିତ ହୋଇଯାଇଛି l ଉଦଘାଟନ ଉତ୍ସବରେ ମୁଖ୍ୟଅଥିତି ଭାବେ ଆଦର୍ଶ ବିଦ୍ୟାଳୟ ଅଧକ୍ଷା ମାଧୁରୀ ମହାରଣା ଯୋଗ ଦେଇ ମାତୃ ଶକ୍ତିର ସୁରକ୍ଷା ହିଁ ବିଶ୍ୱର ସୁରକ୍ଷା ବୋଲି ମତ ବ୍ୟକ୍ତ କରିଥିଲେ l ଏଥି ସହିତ ଏହି ତାଲିମ ନେବା ଦ୍ୱାରା ନିଜର ସୁରକ୍ଷା ସହ ଶାରୀରିକ, ମାନସିକ ଓ ଆତ୍ମବିଶ୍ଵାସ ବଢିଥାଏ ବୋଲି କହିଥିଲେ l ହୁମା ସଲଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ନିରଞ୍ଜନ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଡ଼ଃ ସୁଧୀର କାନ୍ତ ପାଢ଼ ଯୋଗ ଦେଇ ନାରୀ ଶକ୍ତି ହିଁ ଶ୍ରେଷ୍ଠ ଶକ୍ତି ବୋଲି ନିଜ ମତ ରଖିଥିଲେ l ଅଧ୍ୟାପିକା ବନିତା ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଗୌରହରି ବେହେରା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଇତିହାସ ବିଭାଗ ଅଧ୍ୟାପକ ଭରତ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ l ଅଧ୍ୟାପିକା ଶର୍ମିଷ୍ଠା ସାମନ୍ତରାୟ,ବାବୁଜି ନାୟକ, ଜଗଦିଶ ବିଶ୍ୱାଳ ପ୍ରମୁଖ ସହଯୋଗ ପରିଚାଳନା କରିଥିଲେ l