June 8, 2026

ମୋହନା ମୋହତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦୁଲୁକିଲା ମଞ୍ଚ, ଦର୍ଶକଙ୍କୁ ଦେଖି ବିଭୋର ପ୍ରଶାସନ ଓ କଳାକାର

IMG-20230114-WA0003
Share

ଗଜପତି ଜିଲ୍ଲା ମୋହନା ବ୍ଲକରେ ଗତ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା ମୋହନା ମୋହତ୍ସବ।ଏହି ମୋହତ୍ସବରେ ଦର୍ଶକଙ୍କୁ ଦେଖି ବିଭୋର ପ୍ରଶାସନ ଓ କଳାକାର।ଶାନ୍ତି ଶୃଙ୍ଖଳାର ସହ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଶେଷ ହୋଇଥିବାରୁ ବିଡ଼ିଓ ତପସ୍ୱିନୀ ହଂସଦା ଜିଲ୍ଲା ପ୍ରଶାସନ ସହ ରାଜନେତା ସଙ୍ଗେ ସହଯୋଗ କରିଥିବା କର୍ମଚାରୀ ଏବଂ ଦର୍ଶକଙ୍କୁ ଧନ୍ୟବାଦ ଦେଇଥିଲେ।ମୋହନା ବ୍ଲକ କର୍ମଚାରୀ ସୁଚାରୁରୂପେ ପରିଚାଳନା କରିବା ସହ ସ୍ଥାନୀୟ ଲୋକକଳା ଉଚ୍ଚ କୋଟିର ପଦର୍ଶିତ ହୋଇଥିବାରୁ କଳାକାର ମାନଙ୍କ ଭବିଷ୍ୟତ ଉଜ୍ବଳ କାମନା କରିଥିଲେ।ଏହି ଦୁଇ ଦିନିଆ ଉତ୍ସବରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଅଞ୍ଚଳର ଉନ୍ନତି କାମନା ସହ ନିଜ ବିଭାଗ ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ଖୋଲିବା ନିମନ୍ତେ ଘୋଷଣା କରିଥିଲେ।ସ୍ଥାନୀୟ ସାଂସଦ ଚନ୍ଦ୍ର ଶେଖର ସାହୁ ଅନ୍ୟତମ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲା ସହ ମୋହନା ବ୍ଲକକୁ ଅଧିକ ଗୁରୁତ୍ୱ ଦେବା ସହ ଅଧିକା ଆର୍ଥିକ ଅନୁଦାନ ଦେଇଥିବା ପ୍ରକାଶ କରିଥିଲେ।ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ମୋହନା ବ୍ଲକରେ ଥିବା ପର୍ଯ୍ୟଟନ ସ୍ଥଳ ଗୁଡିକୁ ଗୁରୁତ୍ୱ ଦେଇ ତାହାର ଶୋଭା ମଣ୍ଡନ କରିବା ସହ ପର୍ଯ୍ୟଟକ ଗୁଡିକୁ ଆକୃଷ୍ଟ କରିବା ନିମନ୍ତେ ତାହାର ପାରିପାର୍ସୀକ ଉନ୍ନତି କରିବା ନିମନ୍ତେ ଦାବୀ କରିଥିଲେ।ଏହା ସହ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଦ୍ୱିତୀୟ ଦିବସର ମୁଖ୍ୟ ଅତିଥି ଭାବେ ରହି ସରକାର ମହିଳା ସଶକ୍ତିକରଣ ସହ କ୍ରୀଡା ପ୍ରତି ଗୁରୁତ୍ୱ ଦେଇଛନ୍ତି ବୋଲି ପ୍ରକାଶ କରିବା ସହ ଆର. ଉଦୟଗିରି ଉପ-ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ନାୟକ ଏହି ଅଞ୍ଚଳରେ ଭାଇଚାରା ଥିବା ଦର୍ଶକଙ୍କୁ ଦେଖି ବିଭୋର ହୋଇ ପ୍ରକାଶ କରିବା ସହ ନିଜ ଗୀତ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ।ମୋହନା ମୋହତ୍ସବରେସାଂସଦ ପ୍ରତିନିଧି ଜଗବନ୍ଧୁ ଦାସ, ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ ବିଷୋୟୀ, ଚନ୍ଦ୍ର କୁମାର ମଲ୍ଲିକ, ବ୍ଲକ ଉପାଧକ୍ଷ ବାଲ୍ମୀନା ଅଧିକାରୀ, ବଣିକ ସଙ୍ଘ ସଭାପତି ମନୋଜ କୁମାର ସାହୁ, ଜିଲ୍ଲା ପରିଷଦ ଉପାଧକ୍ଷ କୁନ୍ତଳା ମଳିକପ୍ରମୁଖ ଉପସ୍ଥିତ ରହି ବ୍ଲକ ପ୍ରଶାସନ ସହ ଜିଲ୍ଲା ପ୍ରଶାସନ କୁ ସାଧୁବାଦ ଜଣାଇଥିଲେ।ମୋହନା ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଳିକ ପଦର୍ଶିତ କରିଥିବା ଆଦିବାସୀଙ୍କ ପୂର୍ବ ପରମ୍ପରା ଲୋକନାଟ୍ୟ ଉଚ୍ଚକୋଟିର ହୋଇଥିବାରୁ ପ୍ରଶାସନ ପୁରସ୍କୃତ କରିଥିଲେ।

You may have missed