April 24, 2026

ଲିଖନ ପଠନ ଓ ଶିଶୁଲେଖକ କର୍ମଶାଳା

WhatsApp Image 2023-01-13 at 20.11.56
Share

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ୍ ପାଳିବନ୍ଦ ପଞ୍ଚାୟତ ନୀଳାଦ୍ରି ପୁର ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁରୁ ଭାଷା ଓ ସାହିତ୍ୟକୁ ନେଇ ଲିଖନ,ପଠନ, ଆବୃତ୍ତି ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖନୀ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ
ଗଞ୍ଜାମ ବ୍ଲକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟକୁମାର ବେହେରା ଅଧକ୍ଷତା କରିଥିଲେ l ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଗଞ୍ଜାମ ବ୍ଲକ ଶିକ୍ଷା ନିରୀକ୍ଷକ ଧିରେନ ସ୍ବାଇଁ ସଂମ୍ମାନିୟ ଅତିଥି ଭାବେ ପାଳିବନ୍ଧ ପଞ୍ଚାୟତର ସରପଞ୍ଚ ସଂଯୁକ୍ତା ପ୍ରଧାନ,ପୂର୍ବତନ ସରପଞ୍ଚ ଦିଲ୍ଲୀପ ଛୋଟରାୟ,ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ, ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶୁଭଲଷ୍ମୀମହାନ୍ତି ପ୍ରମୁଖ ମଂଚାସୀନ ଥିଲେ l କୁନି କୁନି ଛାତ୍ର ଛାତ୍ରୀ ଶିକ୍ଷା ଲିଖନ, ପଠାନର ବିକାଶ ଦେଶର ବିକାଶ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଦିଲୀପ ପଟ୍ଟନାୟକ ବିଦ୍ୟାଳୟର ପରିଚାଳନା କମିଟି ସଭାପତି କୃଷ୍ଣ ଚନ୍ଦ୍ର ବାରିକ ଏବଂ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ପାତ୍ରଙ୍କ ତତ୍ତ୍ଵାବଧନରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ର କବିତା ଆବୃତ୍ତି, ଗଦ୍ୟ ପଠନ ପ୍ରସ୍ତୁତ କରିବା ସହ ପଠନୀୟ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ l ଭାଷା ଓ ସାହିତ୍ୟ ମାଧ୍ୟମରେ ପିଲାଙ୍କ ଭିତରେ ବିଭିନ୍ନ ଦକ୍ଷତା ବୃଦ୍ଧିର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ହୁମ୍ମା ସାଧନ କେନ୍ଦ୍ର ସଂଯୋଜକ ଦାମୋଦର ପଣ୍ଡା, ଶିକ୍ଷକ ନିରଞ୍ଜନ ମହାପାତ୍ରଙ୍କ ପ୍ରମୁଖ ଉପସ୍ଥିତ ଥିଲେ l