ଗୋବିନ୍ଦପୁର ସେବାସମବାୟ ସମିତି ର ସମ୍ପାଦକ ବିଜୟ ନାୟକ ଙ୍କ ପରଲୋକ ..
ତିର୍ତ୍ତୋଲ ତା 8/9/2026 ତିର୍ତ୍ତୋଲ ବ୍ଲକ, ଗୋବିନ୍ଦପୁର ସେବା ସମବାୟ ସମିତି ର ସମ୍ପାଦକ ବିଜୟ ନାୟକ (ଟୁକୁଲା ଭାଇ ) ଙ୍କର ପଞ୍ଚାବନ ବର୍ଷ ବୟସରେ ହୃଦଘାତ ରେ ପରଲୋକ ହୋଇଯାଇଛି l ସେ ଦୀର୍ଘବର୍ଷ ଧରି, କୋଷ୍ଟିମଲ୍ଲିକାପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା, ଗୋବିନ୍ଦପୁର ସେବାସମବାୟ ସମିତି ର ସମ୍ପାଦକ ଭାବରେ ଦାୟିତ୍ୱ ବହନ କରିଆସିଥିଲେ l ଗତ ସୋମବାର ସନ୍ଧ୍ୟାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜଗତସିଂହପୁର ସଦର ମେଡିକାଲ କୁ ନିଆଯାଇଥିଲା l ମାତ୍ର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଯାଇଥିଲା l ପରଦିନ ଗ୍ରାମ୍ୟଶ୍ମଶାନ ରେ ଅନ୍ତେଷ୍ଟ କ୍ରିୟା ସମୟରେ ଏକମାତ୍ର ପୁଅ ଚିନ୍ମୟ ନାୟକ ଚିତାଗ୍ନୀ ଦେଇଥିଲେ l ତାଙ୍କର ବିୟୋଗରେ ରାଜକିଶୋର ନାୟକ, ଭାଗିରଥି ନାୟକ, ମହେଶ ନାୟକ, ରମେଶ ଚନ୍ଦ୍ର ବେହେରା, ସମାଜସେବୀ ଧୁନଚନ୍ଦ୍ର ସେନାପତି, ଭୀମସେନ ବିଶ୍ୱାଳ, ପ୍ରହଲ୍ଲାଦ ନାୟକ, ସମୀର ନାୟକ, ପ୍ରତାପଚନ୍ଦ୍ର ନାୟକ ଓ ରବୀନ୍ଦ୍ର ରାଉଳ ଙ୍କ ସମେତ, ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବାସହିତ ତାଙ୍କର ପତ୍ନୀ ସୌଦାମିନୀ, ଝିଅ ରଶ୍ମୀରେଖା ଙ୍କ ସମେତ ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ସମବେଦନା ଓ ସାନ୍ତ୍ୱନା ପ୍ରଦାନ କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
