ରାୟପୁର କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି::୧୨୫ ଜଣ ଛାତ୍ରଛାତ୍ରୀ ଯୋଗଦେଲେ

IMG-20251013-WA0105
Share

 

 

ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର)- ଖୋର୍ଦ୍ଧା ବ୍ଲକ ଜଙ୍କିଆ ସ୍ଥିତ ଭଗବତ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାୟପୁର କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ୨୦୨୫ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଂଯୋଜକ ଭାବେ ରାୟପୁର ସାଧନ କେନ୍ଦ୍ର ସଂଯୋଜକ  ଅମୀୟ କୁମାର ଜେନା, ସଭାପତି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ  ଜ୍ୟୋତ୍ସ୍ନାରାଣୀ ପ୍ରହରାଜ,ଙ୍କ ଆୟୋଜନ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ  ପଙ୍କଜିନୀ ବଳବନ୍ତରାୟ ଏବଂ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର   ନରେନ୍ଦ୍ର କୁମାର ରାଉତରାୟ ଯୋଗ ଦେଇ ଉପସ୍ଥିତ ବିଭିନ୍ନ ସ୍କୁଲର ପିଲାମାନଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେବା ସହିତ ପାଠ ସହିତ ବିଭିନ୍ନ କ୍ରୀଡା, ଓ ଛାତ୍ରଛାତ୍ରୀ ଙ୍କ ଭିତରେ ଥିବା  ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ବହୁତ ଉପାଦେୟ ହେବ ବୋଲି କହିଥିଲେ। କ୍ଲଷ୍ଟରର ୭ଟି ବିଦ୍ୟାଳୟର ମୋଟ୍ ୧୨୫ ଜଣ ଛାତ୍ରଛାତ୍ରୀ ଏବଂ ୩୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର  କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା।