ବୁଗବୁଗା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ବରଗଡରୁ ସୁରେନ୍ଦ୍ର କଠାରକଂ ରିପୋର୍ଟ
ଅଦ୍ୟ ତା ୧୩-୧୦-୨୦୨୫ ସୋମବାର ଦିନ ସ୍ବାମୀ ବିବେକାନନ୍ଦ ସ୍ମାରକ ଉଚ୍ଚ ବିଦ୍ୟାଳୟ କୁଳୁଣ୍ଡା ଠାରେ ସି.ଆର୍.ସି.ସି. ନନ୍ଦିଘୋଷ ଭୁଏ ଙ୍କ ତତ୍ତ୍ଵାବଧାନରେ ଏବଂ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯାଦବ ପ୍ରଧାନ ଙ୍କ ସଭାପତିତ୍ବରେ ବୁଗବୁଗା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ କୁଲୁଣ୍ଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ହେମାନନ୍ଦ ସେଠ୍, ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ପୂର୍ବତନ ଚେୟାରମେନ ଶୈଳ ସାହୁ, ତାଲ ଶ୍ରିଗିଡ଼ା ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ରାଧେଶ୍ୟାମ ପ୍ରଧାନ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅଧୀନ ସମସ୍ତ ବିଦ୍ୟାଳୟର ୧୭୮ ଜଣ ଛାତ୍ର ଛାତ୍ରୀ ଯୋଗଦାନ କରି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ମୋର ସ୍ୱପ୍ନର ଓଡ଼ିଶା ୨୦୩୬ ପ୍ରସଙ୍ଗ କୁ ନେଇ ତିନୋଟି ବିଭାଗରେ ହୋଇଥିବା ପ୍ରତିଯୋଗିତାରେ
କୁସୁମ ଭୁ ଏ, ଜୁଲି ବାରିକ,ଆଶୁତୋଷ ଗୁରୁ,ଆଦ୍ୟାଶା ଥାପା,ଓମ୍ କର୍ଣ୍ଣ,ପ୍ରାଚୀ ଗେଜୋ, ଶିଖା ରାଣୀ ମହାକୁର, ରାକ୍ଷୀ ଭୁଏ,ନିକିତା କର୍ଣ୍ଣ, ନନ୍ଦିନୀ ରାଉତ,ସମ୍ବିତ ଭୁଏ, ଅନ୍ତିମା ବଘାର,ଶୁଭାଶିଷ ମହାକୁର, ସିଦ୍ଧି ସେଠ୍,ମିଳନ ଛନ୍ଦ, ମନିଷା ରାଣୀ ଭୁ ଏ, ରୁକୁଣୀ ସାହୁ, ରୋଲି ପ୍ରଧାନ,ଅଙ୍କିତା କର୍ଣ୍ଣ, ଆକାଂକ୍ଷା ଦୀପ , ବାସୁଦେବ ସାହୁ ଆଦି ଛାତ୍ର ଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରୀୟ ସୁରଭି ପ୍ରତିଯୋଗିତାରେ ଯୋଗଦାନ କରିବା ପାଇଁ ମନୋନୀତ ହୋଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଯୋଗଦାନ କରି କୃତି ପ୍ରତିଯୋଗୀ ଙ୍କୁ ମାନପତ୍ର,ଟ୍ରଫି ପୁରସ୍କାର ପ୍ରଦାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶିକ୍ଷକ ମୁକେଶ ଭୂଷାଗର ଏବଂ ସୁମନ୍ତ ସାହୁ । ଧନ୍ୟବାଦ୍ ଅର୍ପଣ କରିଥିଲେ ଶିକ୍ଷକ ଅନିଲ ସାହୁ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ, କମିଟି ସଦସ୍ୟ , କ୍ଲଷ୍ଟର ର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ,ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
