April 30, 2026

ଉଦଯାପିତ ହେଲା ପୁରୀ ଶ୍ରୀଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ..

IMG-20251013-WA0076
Share

 

ପୁରୀ ବାଲିଘାଟ ଜାଗେଶ୍ୱରୀ ଛକ ସ୍ଥିତ ଶ୍ରୀ ଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୧୮ ତମ ମା ଗଜଲକ୍ଷ୍ମୀ ଦେବୀ ଙ୍କ ପୂଜା ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମର ଆଜି ତୃତୀୟ ସନ୍ଧ୍ୟାରେ ଝୁମିଲେ ଦର୍ଶକ | ତେବେ କାର୍ଯ୍ୟକ୍ରମ ପ୍ରାରମ୍ଭ ରୁ ଦେଶକୁ ସ୍ୱାଧୀନ ଓ ରକ୍ଷା କରି ଵୀରଗତି ପାଇଥିବା ସୈନିକଙ୍କ ପାଇଁ ଜନଗଣ ମନ ଗୀତରେ ସନମାନ ଜଣା ଯାଇଥିବା ବେଳେ ଯା ଦେବୀ ସର୍ବ ଭୂତେଷୁ ଗାନ ପରିବେଷଣ କରାଯାଇଥିଲା| ଏହି ଶେଷ ସନ୍ଧ୍ୟାର ଆକର୍ଷଣ ସାଝିଥିଲେ ସୁଜ୍ଞାନୀ ମହାପାତ୍ର ଓ ତାଙ୍କ ମହାରାଜା ବ୍ୟାଣ୍ଡ ଗ୍ରୁପ ସଦସ୍ୟଙ୍କ ମନ୍ତ୍ର ମୁଗ୍ଧ ସଂଗୀତ ଓ ନୃତ୍ୟ | ଅଭିମନ୍ୟୁ,ପରଦେଶିଆ ଭଳି ଅନେକ ଗୀତ ରେ ସମସ୍ତେ ଝୁମି ଉଠିଥିଲେ| ଶୀତୁଆ ସନ୍ଧ୍ୟାରେ ଏଭଳି ମନମୁଗ୍ଧକର କାର୍ଯ୍ୟକ୍ରମ ସମସ୍ତଙ୍କୁ ଆକୃଷ୍ଠ କରିଥିଲା| | କାର୍ଯ୍ୟକ୍ରମର

ଶେଷ ତଥା ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୁପେ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ପୂର୍ବତନ ପୌରାଧ୍ୟକ୍ଷ ଗୌରହରୀ ପ୍ରଧାନ, ଶାନ୍ତିଲତା ପ୍ରଧାନ,ସ୍ପୋର୍ଟ୍ସ ସେକ୍ରେଟାରୀ ରବି ପ୍ରତିହାରୀ,ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ର, ଜୟକୃଷ୍ଣ ଦାସ ମହାପାତ୍ର,ପୌର ଅଧିକାରୀ ଅଭିମନ୍ୟୁ ବେହେରା,cps ଫାର୍ମାସି କଲେଜ ଡାଇରେକ୍ଟର ରୋଜା ପ୍ରିୟଦର୍ଶୀ ମିଶ୍ର, Imt ଫାର୍ମାସି କଲେଜ ଡାଇରେକ୍ଟର ମନୋଜ ରଥ, ପୂର୍ବତନ ଜିଲ୍ଲା ପରିଷଦ ସୁବାଷ ସ୍ୱାଇଁ, ସୋମନାଥ ସାହୁ ପ୍ରମୁଖ ଅତିଥି ରୁପେ ଯୋଗ ଦେଇଥିଲେ |

କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବିଭୂତି ଭୂଷଣ ସେଠୀ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଭାଗିରଥି ପ୍ରଧାନ, ଉପ ସଭାପତି ସୁନିଲ ମହାରଣା,ସମ୍ପାଦକ ସୁଜିତ୍ ସାହୁ,ଅଶୋକ କୁମାର ସୁବୁଦ୍ଧି, ସଞ୍ଜିତ୍ କୁମାର ସାହୁ,ହିମାଂଶୁ ମୁଦୁଲି,ଭିକାରୀ ସାହୁ,ରଞ୍ଜନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ