April 30, 2026

ମୁଷ୍ଟିମେୟ ସାଧକ ହିଁ ସମାଜର ମୋଡ଼ ବଦଳାଇପାରିବେ : ଡ଼. ପ୍ରସାଦ ବ୍ରହ୍ମପୁର ବିଶ୍ଵ ଆଶାବାଡ଼ି ଦିବସ ପାଳିତ

IMG-20251013-WA0075
Share

 

ବ୍ରହ୍ମପୁର, 13/10 : ଆମ୍ୱପୁଆସ୍ଥିତ ସିଟି କଲେଜ ପରିସରସ୍ଥ ସୋସାଇଟି ଫର ଦି ଡିଜେବଲ, ଆଶ୍ରା କ୍ଲବ, ଭିତ୍ତମର ମିଳିତ ଉଦ୍ୟମରେ ବିଶ୍ଵ ଆଶାବାଡ଼ି ଦିବସ ପାଳିତ ହୋଇଯାଇଛି । ସୋସାଇଟି ଫର ଦି ଡିଜେବଲର ପ୍ରତିଷ୍ଠାତା ସଭାପତି ରାଷ୍ଟ୍ରପତି ପଦକ ହାସଲ କରିଥିବା ଡ଼. ବିଜୟ କୁମାର ରଥ ଅଧ୍ୟକ୍ଷତା କରି ଏହି ଦିବସର ତାପର୍ଯ୍ୟ ଓ ମହତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ ଭିତ୍ତମର ସେକ୍ରେଟାରୀ ପ୍ରଫେସର ଡ଼. ଏମ୍‌‍ବିଏନଭି ପ୍ରସାଦ ଯୋଗଦେଇ କିଛି ମୁଷ୍ଟିମେୟ ସାଧକ ହିଁ ସମାଜର ମୋଡ଼ ପରିବର୍ତ୍ତନ କଲା ଭଳି ଆଜିର ସମାଜରେ ମଧ୍ୟ କିଛି ଲୋକ ଏହି ଦାୟିତ୍ଵ ଗ୍ରହଣ କରି ଦୃଷ୍ଟିହୀନ ମାନଙ୍କ ସମସ୍ୟା ସମାଧାନ କରିଳ ବ୍ୟକ୍ତିଙ୍କ ସ୍ଵାର୍ଥ ହାସଲ ପାଇଁ କାର୍ଯ୍ୟ ନକରି ସମାଜର ପରିବର୍ତ୍ତନ ପାଇଁ ଉଦ୍ୟମ କରିବା ଆବଶ୍ୟକତା ରହିଛି ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଭିତ୍ତମର ଅଧ୍ୟକ୍ଷ ଡ଼. ଜି. ଉଶ୍ଵର ରାଓ, ଉପାଧ୍ୟକ୍ଷ ପ୍ରଫେସର ଶ୍ରୀନିବାସ ରାଓ, ଡ଼. ସୂର୍ଯ୍ୟମଣି ବେହେରା, ଅନୁପ କୁମାର ପଣ୍ଡା, ଡ଼. ଗୀତାଞ୍ଜଳି ପାଣିଗ୍ରାହୀ, ବରିଷ୍ଠ ସାମ୍ୱାଦିକ ତଥା ନବୀନର ସମ୍ପାଦକ ରବି ରଥ, ସିଟି କଲେଜର ବି. ମୁରଲୀ, ଅଭିପ୍‌‍ସା ନନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ 50ରୁ ଊର୍ଦ୍ଧ୍ଵ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ଆଶାବାଡ଼ି, ଶୀତବସ୍ତ୍ର ଓ ଦୃଷ୍ଟିହୀନମାନଙ୍କ ପାଇଁ ବ୍ୟବହୃତ ହେଉଥିବା ବ୍ରେଲ ଲିପିରେ ହନୁମାନ ଚାଳିଶା, ଲକ୍ଷ୍ମୀପୁରାଣ ପ୍ରଭୃତି ଉପହାର ପ୍ରଦାନ କରାଯାଇଥିଲା । ଡ଼. ଆଲୋକ ସାମନ୍ତରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଭା ଶେଷରେ ସମସ୍ତଙ୍କ ପାଇଁ ଭୋଜନର ବ୍ୟବସ୍ଥା ହୋଇଥିଲା ।

 

ଡ଼. ବିଜୟ କୁମାର ରଥ

ପ୍ରତିଷ୍ଠାତା ସଭାପତି, ସୋସାଇଟି ଫର ଦି ଡିଜେବଲ