କାଶୀନଗର ଠାରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ.

Share

 

କାଶୀନଗର

ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଆଜି ଠାରୁ କାଶୀନଗର ଠାରେ ଆରମ୍ଭ ହୋଇଛି. 78 ତମ ସ୍ୱାଧୀନତାର ଦିବସ ପାଳନ ଅବସରରେ ହର ଘର ତ୍ରିରଙ୍ଗା ଅଭିଯାନରେ ସମଗ୍ର କାଶୀନଗର ଜନସାଧାରଣଙ୍କୁ ସାମିଲ କରି ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ସହ ଜାତୀୟ ପତାକା ପ୍ରତି ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିବା ଲକ୍ଷ୍ୟରେ ଆଜି କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦମ୍ବୁରୁ ଧର ମଲ୍ଲିକ ଙ୍କ ଉପସ୍ଥିତି ରେ ଏକ ରାଲି ବାହାରି ବ୍ଲକ ଛକ, ଫୋରେଷ୍ଟ ଛକ ଓ ବ୍ୟାଙ୍କ ଛକ ହର ଘର ତ୍ରିରଙ୍ଗା ନାରା ଦେଇ ଶୋଭାଯାତ୍ରା ହୋଇଥିଲା. ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ମାନଙ୍କ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥୁବା ବେଳେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ ମଧ୍ୟ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ. ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମଲ୍ଲିକ ୧୫ ଅଗଷ୍ଟ ପର୍ଯ୍ୟନ୍ତ ନିଜ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରନ୍ତୁ ଏବଂ ‘ହର୍‌ ଘର୍‌ ତିରଙ୍ଗା’ ଅଭିଯାନରେ ସାମିଲ ହୁଅନ୍ତୁ ତତସହ ସେଲ୍‌ଫି ଉଠାନ୍ତୁ ଓ ସେହି ସେଲ୍ଫି harghartiranga.com ରେ ଅପ୍‌ଲୋଡ୍‌ କରନ୍ତୁ ବୋଲି ସୂଚନା ଦେଇଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ

You may have missed