ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି …

Share

 

କୋରାପୁଟ ଜିଲ୍ଲା କୋଟପାଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ କେଶୋରି ଦୋରା ଙ୍କ ଅଧ୍ୟକ୍ଷତାରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ବୋବେୟା ପଂଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ବ୍ୟକ୍ତିଗତ ଭାବେ ୧୨ଟି ଅଭିଯୋଗ ହୋଇଥିବା ବେଳେ ଗୋଷ୍ଠି ଗତ ଭାବେ ୧୯ ଟି ସମୁଦାୟ ୩୧ଗୋଟି ଅଭିଯୋଗ ଶୁଣାଣି ହୋଇଥିଲା। ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଗୃହ, ସ୍କୁଲ ପ୍ରାସଙ୍ଗିକ,ଅଙ୍ଗନବାଡି କେନ୍ଦ୍ରର ନବୀକରଣ, ଗମନାଗମନ,ପାନୀୟ ଜଳ ସମସ୍ୟା, ସ୍ଵାସ୍ଥ୍ୟଗତ ସମସ୍ୟା ଇତ୍ୟାଦି ବିଷୟରେ ଅଭିଯୋଗ ଶୁଣାଣି ହୋଇଥିଲା। ଏହି କ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା କମଳା ଭତ୍ରା, କୋଟପାଡ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ସରପଞ୍ଚ ବନିତା ନାୟକ,ସ‌ହାୟକ ଯନ୍ତ୍ରୀ ସନ୍ତୋଷ ବାଗ ସିଂ, ପଂଚାୟତ ନିର୍ବାହୀ ଅଧିକାରୀ ଜଗବନ୍ଧୁ ଗୌଡ଼,ଏଡିଇଓ ସଞ୍ଜୀବ ପଣ୍ଡା ଙ୍କ ସମେତ ଅନ୍ୟାନ୍ୟ ବ୍ଳକ୍ ସ୍ତରୀୟ ବିଭାଗୀୟ ଅଧିକାରୀ ପ୍ରମୁଖଙ୍କ ସହ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ପଂଚାୟତ କର୍ମଚାରୀମାନେ ଉପସ୍ଥିତ ଥିଲେ।

କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed