August 24, 2026

ପୁବୁସାହି ପାର୍କ ନିକଟରୁ ୩୯.୫ କେଜି ଗଞ୍ଜେଇ ଜବତ, ୫ ଗିରଫ

IMG-20260823-WA0062
Share

 

 

 

ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ପୁବୁସାହି ପାର୍କ ନିକଟରେ ଚଢ଼ାଉ କରି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ୩୯.୫ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି।ଗଞ୍ଜେଇ ଚାଲାଣ ସମ୍ପର୍କରେ ସୂଚନା ପାଇ ପୋଲିସ ପୁବୁସାହି ପାର୍କ ନିକଟରେ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୩୯.୫ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଘଟଣାସ୍ଥଳରୁ ୫ ଜଣଙ୍କୁ କାବୁ କରିଥିଲା ପୋଲିସ।

ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ଗଞ୍ଜେଇ ଚାଲାଣର ଉତ୍ସ ଓ ଏହା ପଛରେ ଥିବା ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି।