March 10, 2026

ମାଗଣା ଚକ୍ଷୁ ପରଳ ପରୀକ୍ଷା ଶିବିର ଅନୁଷ୍ଠିତ

IMG-20230813-WA0062
Share

ମାଗଣା ଚକ୍ଷୁ ପରଳ ପରୀକ୍ଷା ଶିବିର ଅନୁଷ୍ଠିତ
ବୁଗୁଡା : ତା ୧୩/୦୮/୨୩ : ସାଇଟସେବେର୍ସ ଇଣ୍ଡିଆ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ବୁଗୁଡ଼ା ସହରର ଶକ୍ତିନଗରଠାରେ ଏକ ମାଗଣା ଚକ୍ଷୁ ପରଳ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ଶିବିରକ ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଉଦଘାଟନ କରିଥିବା ବେଳେ ଏଥିରେ ଅତିଥି ଭାବେ କେ. ତ୍ରିଲୋଚନ ଦୋରା, ବାଲାଜୀ ପାତ୍ର, ଅଧ୍ୟାପକ ହିମାଂଶୁ ଶେଖର ରଥ, ଉପେନ୍ଦ୍ର ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ଶିବିର ଅବସରରେ ଅନେକ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୩୬ ଜଣଙ୍କ ପରଳ ଚିକିତ୍ସା ପାଇଁ ସମରଝୋଳସ୍ଥିତ ଶଙ୍କର ଚିକିତ୍ସାଳୟକୁ ନିଆଯାଇଥିଲା । ଶଙ୍କର ଚିକିତ୍ସାଳୟର ସିଇଓ ଜେ.ବାବୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଶିବିରକୁ କ୍ଯାମ୍ପ୍ ମ୍ଯାନେଜର ଚିତ୍ରସେନ ଗୌଡ , ଟେକ୍ନିସିଆନ୍ ଭଗବାନ ପଣ୍ଡା ଓ ସୁକେଶ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିବା ବେଳେ କର୍ମଚାରୀ ଏନ୍.କ୍ରିଷ୍ଣା ରାଓ ଓ ରଘୁନାଥ ପାଢୀ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।