April 29, 2026

ଉମରକୋଟ ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

IMG-20230813-WA0055
Share

ଉମରକୋଟ ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

(ଉମରକୋଟ ରୁ ଏମ୍.ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ )

ଉମରକୋଟ – ତା -13.8.23- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଉମରକୋଟ ନିର୍ବାଚନ ମଣ୍ଡଳୀ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଙ୍କ ଉଦ୍ୟମ କ୍ରମେ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି. ଉମରକୋଟ ବ୍ଳକ ବଡ଼ ଭରଣ୍ଡି ସ୍ଥିତ ସହିଦ ସ୍ତମ୍ବ ଠାରୁ ଏହା ଆରମ୍ଭ ହୋଇଥିଲା. ଶହୀଦ ବଗା ପୂଜାରୀ ଙ୍କ ଦାୟାଦ ଭାବେ ଗୋପାଳ ପୂଜାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ସେହିଭଳି ସ୍ୱାଧୀନତା ସଂଗ୍ରାମୀ ରବିସିଂ ମାଝୀ ଙ୍କ ଦାୟାଦ ସନ୍ତୋଷ ମାଝୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଏହି ଯାତ୍ରା ରାଇଘର ବ୍ଳକ ର ଭାରଶୁଣ୍ଡି ଗ୍ରାମ ପର୍ଯ୍ୟନ୍ତ ଯାଇଥିଲା. ରାସ୍ତା ମଧ୍ୟରେ ଥିବା ସମସ୍ତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରାଯାଇଥିଲା. ଭାରଶୁଣ୍ଡି ଗ୍ରାମରେ ସଦ୍ୟ ଶହୀଦ ହୋଇଥିବା ସୈନ୍ୟ ଶେଖର ଵାଲା ଙ୍କ ପରିବାର ବର୍ଗ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ଏହା ସହିତ ରାଇଘର ଅଂଚଳ ର 8 ଜଣ ପୂର୍ବତନ ସୈନ୍ୟ ଙ୍କୁ ସମ୍ମାନିତ କରାଯାଇଥିଲା. ଏହି ତ୍ରିରଙ୍ଗା ଯାତ୍ରା ରେ ଶହ ଶହ ସଂଖ୍ୟା ରେ ଜଣ ସାଧାରଣ ଯୋଗ ଦେଇଥିଲେ.

You may have missed