ଆଜିର ଖବର
ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୧୬ ତାରିଖ ଯାଏଁ ଏମିତି ଲାଗି ରହିବ
ଆସନ୍ତା କାଲି ଶ୍ରାବଣ ପ୍ରଥମ ସୋମବାରରେ ଶିବମନ୍ଦିରରେ ଜଳ ଚଢ଼ାଯିବ। ଆଜି ରାତିରୁ ଉଠିବ ଜଳ
ଡ୍ରାଇଭର ସଂଘର କର୍ମକର୍ତ୍ତା ଗିରଫ ହେଲାପରେ ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହୃତ, ଘୋଷଣା କଲେ ସହ ସମ୍ପାଦକ।
ଓଡିଶା ଫେରିଲେ ନବୀନ ପଟ୍ଟନାୟକ, ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ହଜାର ହଜାର ଶୁଭେଛୁ ଭିଡ କଲେ
ଭୁବନେଶ୍ୱର ଏକାମ୍ର ଉଦ୍ୟାନରେ ହେବ ଗୋଲାପ ବାଟିକା, ଲାଗିଚି ୨୦୦ ପ୍ରକାରର ଚାରା, ସେଲ୍ଫି ପଏଣ୍ଟ ବି ତିଆରି ହେଉଛି
ଆସନ୍ତାକାଲି ଏମ୍ସ ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବ। ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିବେ ରାଷ୍ଟ୍ରପତି
ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଦିଲ୍ଲୀ ଡାକରା। ପ୍ରଧାନମନ୍ତ୍ରୀଙ୍କ ସହ ଦେଖାହୋଇ ଆଲୋଚନା କଲେ
ଗତବର୍ଷ ୧୨ ଜୁଲାଇରେ ପୁରୀରେ ରାଜ୍ୟପାଳଙ୍କ ପୁଅ ସରକାରୀ କର୍ମଚାରୀଙ୍କୁ ଛେପ ଚଟେଇଥିଲେ, ମୁଥମାରି ରକ୍ତାକ୍ତ କରିଥିଲେ। ଜିଲ୍ଲାପାଳଙ୍କ ତଦନ୍ତ ସରିନି
କଟକ ରେଭେନ୍ସା କଲେଜରେ ହଷ୍ଟେଲ ଖାଦ୍ୟ ଖାଇ ୪୪ ଛାତ୍ର ଅସୁସ୍ଥ, ବଡ ମେଡିକାଲରେ ଭର୍ତ୍ତି।
ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଠାରେ ମାଲବାହୀ ଟ୍ରେନ୍ର ୨୦ରୁ ଅଧିକ ବଗି ଲାଇନଚ୍ୟୁତ। କୌଣସି କ୍ଷୟକ୍ଷତି ହୋଇ ନଥିବା କୁହାଯାଉଛି
ମାଲକାନଗିରି ଜିଲ୍ଲା ମୋଟୁରେ ୱେବ୍ ଚ୍ୟାନେଲ୍ ସାମ୍ବାଦିକଙ୍କୁ ନିର୍ମମ ହତ୍ୟା। ମୃତକ ହେଲେ ମୁରଲୀଗୁଡ଼ା ଗାଁର ସିଏଚ୍ ନରେଶ।
ପୁରୀ ଜିଲ୍ଲା ପିପିଲି ଓ ଡେଲାଙ୍ଗରେ ପୁଣିଥରେ ବାର୍ଡ ଫ୍ଲୁ ଆତଙ୍କ। କୁକୁଡ଼ାମରା ଅଭିଯାନ ଆରମ୍ଭ ହେଲା।
ଢେଙ୍କାନାଳ ହିନ୍ଦୋଳରେ ବିଷାକ୍ତ ମଦ ନେଲା ଦୁଇ ଜୀବନ । ଦୁଇ ଦିନରେ ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର। ଅବକାରୀ ବିଭାଗ ସବୁ ଜାଣି ଚୁପ।
ବାଲେଶ୍ଵର ଫକୀର ମୋହନ କଲେଜରେ ଛାତ୍ରୀଙ୍କ ନିର୍ଯ୍ୟାତନା ଓ ଆତ୍ମାହୁତି ଉଦ୍ୟମ। ଗିରଫ ହେଲେ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ, କଲେଜ ଅଧ୍ୟକ୍ଷ ଦିଲୀପ ଘୋଷ ସସପେଣ୍ଡ
ଚର୍ଚ୍ଚିତ ରାଣୀ ମହୁମାଛି ଅର୍ଚ୍ଚନା ନାଗ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ। ସ୍ୱତନ୍ତ୍ର ସଚିବଙ୍କ ସହ ଆଲୋଚନା, ତାପରେ ଡାକିଲେ ପ୍ରେସମିଟ। ନୂଆ ସରକାର ଶପଥ ଗ୍ରହଣରେ ଥିଲେ ନିମନ୍ତ୍ରିତ
ମୁମ୍ବାଇର ଯୁବତୀ ଆଙ୍କରଙ୍କୁ ଭୁବନେଶ୍ୱର ଲିଫ ହୋଟେଲରେ ଅସଦାଚରଣ। ଗିରଫ ହେଲେ ରଘୁନାଥ ସାହୁ, ଆନନ୍ଦ ସେଠୀ ଓ ଶ୍ବେତା ସାଲୋନୀ।
ରାୟଗଡା ନିୟମଗିରିରେ ବଟି ଆଦାୟ କରିବାକୁ ଚେଷ୍ଟା କରି ତିନି ନକଲି ମାଓବାଦୀ ଗିରଫ
କଟକରେ କ୍ରିକେଟ ଆସୋସିଏସନ କନଫରେନ୍ସ ହଲ୍ରେ ନିଆଁ ଲାଗିଲା, ଅନେକ ଆସବାବପତ୍ର ପୋଡି ନଷ୍ଟ ହୋଇଗଲା
ବାଲେଶ୍ଵର ନୀଳଗିରିରେ କେନାଲ କାମ ବେଳେ ବଜ୍ରାଘାତରେ ଟଳି ପଡ଼ିଲେ ତିନି ଶ୍ରମିକ। ୨ ଜଣ ମହିଳା ଓ ଅନ୍ୟଜଣେ ଜେସିବି ଅପରେଟର।
ବିହାରରେ ନିର୍ବାଚନ ପୂର୍ବରୁ ନୀତିଶ ସରକାରଙ୍କ ନିର୍ବାଚନୀ ଲାଞ୍ଚ। ୧୦୦ ୟୁନିଟ୍ ମାଗଣା ବିଜୁଳି ଦେବାକୁ ପ୍ରସ୍ତୁତି ଆରମ୍ଭ
କୋଲକାତା ଆଇଆଇଏମ କ୍ୟାମ୍ପସ ଦୁଷ୍କର୍ମ ଘଟଣାରେ ପୀଡିତାର ବାପା ମ୍ୟାନେଜ ହେଇଗଲେ। କହିଲେ ଝିଅ ଅଟୋରୁ ଖସିପଡ଼ିଛି
ପୁଣି ୟୁପି ବିଜେପି ନେତାଙ୍କ ଭିଡିଓ ଭାଇରାଲ। ବୁଲନ୍ଦସହରର ଶ୍ମଶାନ ନିକଟରେ କାର ଭିତରେ ରାହୁଲ ବାଲ୍ମିକୀଙ୍କ ଆପତ୍ତିଜନକ କାର୍ଯ୍ୟ
ଲର୍ଡ୍ସ କ୍ରିକେଟ ଟେଷ୍ଟରେ ତୃତୀୟ ଦିନର ଖେଳରେ ଭାରତ ୩୮୭ ରନରେ ଅଲଆଉଟ୍।
ରୁଷ ପଠାଇଲା ୧୦ ବୋମାବର୍ଷୀ ଯୁଦ୍ଧବିମାନ। ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅମାନିଆ। ମେକ୍ସିକୋ ଓ ୟୁରୋପୀୟ ସଂଘ ଉପରେ ୩୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇଲେ
ଆଜି ଜନ୍ମଦିନ: ରୋମ ସମ୍ରାଟ ଜୁଲିଅସ ସିଜର
ଇତିହାସରେ ଆଜି ଦିନ: (୨୦୧୧) ମୁମ୍ବାଇରେ ତିନୋଟି ବୋମା ବିସ୍ଫୋରଣ/ (୧୮୦୩) କଲିକତାରେ ସ୍କଟିସ ଚର୍ଚ୍ଚ କଲେଜ ଆରମ୍ଭ କଲେ ରାଜା ରାମମୋହନ ରାୟ/(୧୯୬୦) ଜନ କେନେଡି ଆମେରିକା ନିର୍ବାଚନ ଜିତିଲେ/ (୧୯୦୫) କଲିକତାରେ ବ୍ରିଟିଶ ପଦାର୍ଥ ବର୍ଜନ ହେଲା, ପୋଡା ହେଲା/ (୧୯୨୯) ଯତୀନ ଦାସଙ୍କ ଦ୍ୱାରା ଅନଶନ ବିଦ୍ରୋହ/ (୧୯୪୫) ଭାରତକୁ ସ୍ବାଧୀନତା ଦେବା ଆଇନ ବ୍ରିଟିଶ ସଂସଦରେ ପାସ ହେଲା
=======================
🌱 *ଗଛଟିଏ ଲଗାନ୍ତୁ*🌱
*ବନ୍ଦେ ଉତ୍କଳ ଜନନୀ*
