April 26, 2026

ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ

IMG-20250713-WA0009
Share

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ଐତିହ୍ୟ ସମ୍ପନ୍ନ ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲର ମନମୋହନ ପଟ୍ଟନାୟକ ପ୍ରେକ୍ଷାଳୟରେ ଶନିବାର ଏକ ବୈଶିଷ୍ୟପୂର୍ଣ୍ଣ ଭାବରେ, ୧୯୯୧ ଶିକ୍ଷାବର୍ଷର ପୁରାତନ ଛାତ୍ର ସଂଘ ଦ୍ବାରା ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ବଦ୍ଧନା ଓ ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶିକ୍ଷା ମୂଳକ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

 

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅବସର ଶିକ୍ଷକଙ୍କ ବହୁବର୍ଷୀୟ ସେବାକୁ ସମ୍ମାନ ଜଣାଇବା ସହ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ସଠିକ୍ ଦିଗଦର୍ଶନ ଦେଖେଇବା। ଶିକ୍ଷାରେ କୃତିତ୍ୱ ହାସଲ କରିଥିବା ବର୍ତ୍ତମାନର ଛାତ୍ର ଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପୁରସ୍କାର ବିତରଣ କରାଯାଇଥିଲା । ବୈଷୟିକ ଓ

ଅନ୍ୟାନ୍ୟ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ଦଶମ ଶ୍ରେଣୀର ତିନି ଜଣ ଛାତ୍ରଛାତ୍ରୀ ଆଦର୍ଶ ସାହୁ, ସବିନା ତାବାସୁମ୍ ଓ ଅନୁଜ କୁମାର ଗୁପ୍ତା

ଏବଂ ନବମ ଶ୍ରେଣୀର ପାଞ୍ଚ ଜଣ ଛାତ୍ରଛାତ୍ରୀ ଆଦିତ୍ୟ କୁମା ମାର ସାହୁ, ଏମ୍. ଡି କଶଫ ହୁସେନ, ରାଜନନ୍ଦିନୀ ପ୍ରିୟଦର୍ଶିନୀ ସାହୁ, ରାଜେନ୍ଦ୍ର

ପ୍ରତାପ ସାହୁ ଓ ସ୍ମୃତି ର ରଞ୍ଜନ ମହାନ୍ତିଙ୍କୁ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ଏହି ପୁରସ୍କାର ଉପସ୍ଥାପନ କରିଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଅବସର ପ୍ରାପ୍ତ ଶିକ୍ଷକମାନେ ତାଙ୍କର ଶିକ୍ଷା

 

ସଂପର୍କିତ ଯାତ୍ରା ଓ ଅନେକ ସ୍ନେହଭରା ସ୍ମୃତି ଅଭିବ୍ୟକ୍ତି ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ଲୋକିତା ଦାଶ,

ଛାତ୍ରଛାତ୍ରୀଙ୍କ ଦୃଢ଼ଲକ୍ଷ୍ୟ, ଶିଷ୍ଟ ଚରିତ୍ର ଓ ଶ୍ରମ ପ୍ରତି ନିଷ୍ଠା ଧାରଣା ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂଘ ନିଜ ଜୀବନର ସଫଳତା ରହସ୍ୟ ଓ ବିଦ୍ୟାଳୟ ଳୟ ସହ ଜଡ଼ିତ ସ୍ମୃତିମଧୁର ଅନୁଭୂତିକୁ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସେମାନେ ଚଳିତ ଶିକ୍ଷାବର୍ଷର “ପୁରାତନ ଛାତ୍ର ସଂଘ” ଗଠନ କରିବା ପ୍ରସ୍ତାବ ରଖିଥିଲେ, ଯାହା ମାଧ୍ୟମରେ ନିୟମିତ ଭାବରେ ବିଦ୍ୟାଳୟ ସହଯୋଗାଯୋଗ ରଖି ସାହଯ୍ୟ ଏବଂ ବିକାଶ କାମରେ ସେମାନଙ୍କର ଅବଦାନ ଅବିରତ ରହିପାରିବ।ନିଜ ବିଦ୍ୟାଳୟ ପାଇଁ ବିଭିନ୍ନ ରୂପରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ସଭାକୁ ୧୯୯୧ ପୁରାତନ ଛାତ୍ର ସଂସଦର କିଶୋର ଧରେଇ ପରିଚାଳନା କରିଥିଲେ।

 

ରାଜାରାମ ଷଡ଼ଙ୍ଗୀ

9437405455