September 2, 2026

ମହାରାଜା ହୋଟେଲ ନିକଟରେ କାର ଦୁର୍ଘଟଣାରେ ଜଣେ ମୃତ 

IMG-20260613-WA0049
Share

 

 

 

 

ଅନୁଗୋଳ..

୫୫ ନମ୍ବର ଜାତୀୟ ରାଜପଥରେ ପୁଣି ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ହୋଟେଲରୁ ଖାଇ ସାରି ରାସ୍ତା ପାର ହେଉଥିବା ବେଳେ ଗୋଟିଏ କାର ଧକ୍କା ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମିଳିଥିବା ଖବର ଅନୁସାରେ ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ତୁୁବେ ଗ୍ରାମ ନିକଟରେ ଥିବା ମହାରାଜା ହୋଟେଲରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ହୋଟେଲରୁ ଖାଇ ସାରି ରାସ୍ତା ପାର ହେଉଥିବା ବେଳେ ଗୋଟିଏ କାର ଧକ୍କା ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ଜଣେ ଡ଼୍ରାଇଭର ହୋଇଥିବା ବେଳେ ତାଙ୍କର ପରିଚୟ ମିଳି ପାରି ନାହିଁ।ଖବର ପାଇ ଘଟଣା ସ୍ଥଳରେ ଜରପଡା ପୋଲିସ ପହଞ୍ଚି ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ମୃତକଙ୍କ ପରିବାର ଲୋକ ଆସିଲେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷରେ ଦୁର୍ଘଟଣା ଘଟାଇ ଫେରାର ଥିବା କାରକୁ ପୋଲିସ ଚିହ୍ନଟ କରି ସାରିଥିବା ବେଳେ ଖୁବ୍ ଶୀଘ୍ର ଧରାଯିବ ବୋଲି ପୋଲିସ କହିଛି।