କାହା ସ୍ୱାର୍ଥ ପାଇଁ ଆରମ୍ଭ ହୋଇଛି ଆର ଏମ ସି ପିଣ୍ଡି ….ଜ଼ିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଚାଷୀ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଚାନ୍ଦିଲି ପଞ୍ଚାୟତ ଅନ୍ତର୍ଗତ ପିପଲା ହାଣ୍ଡି ରେ ଆରମ୍ଭ ହୋଇଛି ଆର ଏମ ସି ପକ୍ଷରୁ ଧାନ ସଂଗ୍ରହ କରିବାପାଇଁ ପିଣ୍ଡି. ଏହି ସ୍ଥାନ ପିଣ୍ଡି କରିବା ପାଇଁ ଉପଯୁକ୍ତ ନୁହେଁ. ଖାଲ ଜାଗାରେ ରହିଛି. ସବୁ ବେଳେ ପାଣି ଜମି ରହୁଛି. ତେଣୁ ଉପଯୁକ୍ତ ସ୍ଥାନରେ ଏହା ନିର୍ମାଣ କରାଯାଉ ବୋଲି ଜ଼ିଲ୍ଲା ପାଳ କୋରାପୁଟ.ଙ୍କୁ ଲିଖିତ ଜଣାଇଛନ୍ତି ଚାଷୀ. ମଙ୍ଗଳ ବାର ଉପ ଜ଼ିଲ୍ଲା ପାଳ ଜୟପୁର ଏବଂ ଆର ଏମ ସି ସମ୍ପାଦକ ଙ୍କୁ ସାକ୍ଷାତ କରି ଠିକ ଜାଗାରେ କାମ ହେଉ ବର୍ତ୍ତମାନ ଯେଉଁ ସ୍ଥାନରେ କରାଯାଉଛି ସେଠାରେ ଧାନ ସୁରକ୍ଷିତ ରହିବ ନାହିଁ.ଭାରି ଜାନ ଯାଇ ପାରିବ ନାହିଁ. ଦେଉଡ଼ା ମୌଜା ରେ ସ୍ଥାନ ଚି଼ହ୍ନଟ ସମେତ ଟ୍ରେସ ମ୍ୟାପ ସହ ଅନୁମଦନ ହୋଇଥିଲା ଉପ ଜ଼ିଲ୍ଲା ପାଳ ମଧ୍ୟ କ୍ଷେତ୍ର ପରିଦର୍ଶନ କରିଥିଲେ କିନ୍ତୁ କେଉଁ କାରଣ ରୁ ଏହା ବନ୍ଦ କରାଯାଇ ଅନ୍ୟତ୍ର କାମ ଆରମ୍ଭ କରାଯାଉଛି କାହା ସ୍ୱାର୍ଥ ପାଇଁ ତଳେ ପାଣି ପାଇପ ରହିଛି ଉପରେ ପିଣ୍ଡି ତିଆରି.ରାସ୍ତା ରୁ ଚାରି ଫୁଟ ତଳେ ପାଣି ଜମୁ ଥିବା ଜମିରେ କାମ ଆରମ୍ଭ ହୋଇଛି ବୋଲି ଚାଷୀ ଆଲୋଚନା କରିଥିବାର ଜଣା ଯାଇଛି. ସୂଚନା ଅନୁଯାଇ କୋଟପାଡ଼ ବ୍ଲକରେ ମୋଟ ନଅ ଗୋଟି ପିଣ୍ଡି ଆର ଏମ ସି ପକ୍ଷରୁ କାମ ଚାଲିଛି କିନ୍ତୁ ଯନ୍ତ୍ରୀ ଓ ଠିକାଦାରଙ୍କ ଅନୁପସ୍ଥିତି ରେ ବାହାର ର ମିସ୍ତ୍ରୀ ଶ୍ରମିକ ଙ୍କ ହାତ କୁ ଟେକି ଦିଆ ଯାଇଛି କୋଟାଧିକ ଟଙ୍କାର କାମ. ସୂଚନା ଫଳକ ମଧ୍ୟ ନାହିଁ. କେଉଁ ମାନର କାମ ଚାଲିଛି ତାହା କାହାରିକୁ ଅଜଣା ନାହିଁ । ଏନେଇ ସରପଞ୍ଚ ସୁଶ୍ରୀ ପୁଷ୍ପା ପୂଜାରୀଙ୍କୁ ଯୋଗାଯୋଗ କରିବାରୂ ମୋତେ ଅଣ ଦେଖା କରି ବେ ଆଇନ ଭାବରେ କାମ କରାଯାଉଛି ବୋଲି ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଥିବା ଜଣାଯାଇଛି । ଦାବିପତ୍ର ପ୍ରଦାନ ବେଳେ ବିଶ୍ଵନାଥ ବିଶଷୋଇ. ବିଦ୍ୟାଧର ଭତରା. ପଦ୍ମନାଭ ବିଶୋଇ.ରବି ଚନ୍ଦ୍ର ବିଶୋଇ. ସତ୍ୟନାରାୟଣ ବିଶୋଇ.ରାଜେନ୍ଦ୍ର ହରିଜନ. ନନ୍ଦ ବିଶୋଇ. ପଦ୍ମନ ହରିଜନ ଉପସ୍ଥିତ ଥିଲେ । କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
