September 18, 2026

ମୋହନା ଅଞ୍ଚଳରେ ମତଦାନ କେନ୍ଦ୍ରରେ ଭୋଟରଙ୍କ ଧାଡ଼ି, ଭୋଟ ଦେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ….

vot
Share


ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ମତଦାନ କେନ୍ଦ୍ର ଗୁଡିକରେ ମତଦାତା ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଭୋଟ ଦେବାକୁ ଭୋଟର ଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଥିବା ଏହି ଲମ୍ବା ଧାଡ଼ି ରୁ ଅନୁମାନ କରାଯାଉଛି। ଜିଲ୍ଲା ପ୍ରଶାସନ ଭୋଟ ଗ୍ରହଣ ବହୁ ପୂର୍ବରୁ ବାରମ୍ବାର ବିଭିନ୍ନ ଅଞ୍ଚଳ ବୁଲି ସଚେତନତା ସୃଷ୍ଟି କରିଥିବାରୁ ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ଭୋଟର ବିଭିନ୍ନ କେନ୍ଦ୍ର ଗୁଡ଼ିକରେ ଭୋଟ ଦେବାକୁ ଲମ୍ବା ଧାଡ଼ି ବାନ୍ଧି ରହିଥିବା ଦେଖିବାକୁ ମିଳୁଛି। ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ଭୋଟ କେନ୍ଦ୍ର ଗୁଡିକରେ ଛାମୁଣ୍ଡିଆ ସହ ପାନୀୟ ଜଳର ବ୍ୟବସ୍ଥା ସଙ୍ଗେ ଭିନ୍ନକ୍ଷମ ଭୋଟର ପାଇଁ ପ୍ରଯ୍ୟାପ୍ତ ସୁବିଧା କରାଯାଇଥିଲା ଦେଖିବାକୁ ମିଳୁଛି। ଚଳିତ ନିର୍ବାଚନରେ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଭୋଟ କେନ୍ଦ୍ର ଗୁଡିକରେ ସି ସି କେମେରା ନଜରରେ ରହିବା ସଙ୍ଗେ କଡ଼ା ପୋଲିସ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଏବଂ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ନିଜ କର୍ମଚାରୀ ମାନଙ୍କୁ ନେଇ ଭୋଟ କେନ୍ଦ୍ର ଗୁଡିକ ତଦାରଖ କରୁଥିବା ପ୍ରକାଶ।

You may have missed