September 17, 2026

ପ୍ରିୟଙ୍କା ଦେବୀ ଗ୍ରୁପ ଅଫ ଇନ୍ଷ୍ଟିଚୁଟ ର ନର୍ସିଂ ଦିବସ ଓ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି ….

rok
Share


ଆଜି ପୁରୀ ପୌରସଦନ ଠାରେ ପୁର୍ଣ୍ୟତ୍ମା ମହିୟସୀ ଫ୍ଲୋରେନ୍ସ ନାଇଟ ଆଂଗଲେଙ୍କର ୨୦୪ ଜନ୍ମଦିବସ ପୁରୀ ପ୍ରିୟଙ୍କା ଦେବୀ ନର୍ସିଂ କଲେଜ ପକ୍ଷରୁ ମହା ଆଡମ୍ବରରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ କଲେଜର ଅଧକ୍ଷା କମଳା ପଣ୍ଡାଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ମୁଖ୍ୟବକ୍ତା ଭାବେ ଡାକ୍ତର ନରହରି ମିଶ୍ର ଙ୍କ ସହିତ ମାନ୍ୟଗଣ ବ୍ୟକ୍ତି ଯୋଗଦେଇ ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ l ଅନୁଷ୍ଠାନ ର ନିର୍ଦେଶକ ବାବୁଲା ବେହେରା ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀ ଦେଇ ସାମ୍ନାନିତ କରିଥିଲେ l ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ନିଜ ଅଭିଭାଷଣ ରେ କହିଥିଲେ ନର୍ସିଂ ଏକ ସେବା, ମହତପଣିଆ ଏବଂ ତ୍ୟାଗର ବାର୍ତ୍ତାଦିଏ l ଏହାପରେ କଲେଜର ମୂଖପତ୍ର ପ୍ରଜ୍ଞାପ୍ରବାହ ର ଉନ୍ମୋଚନ ଅତିଥିମାନଙ୍କ ଦ୍ୱାରା କରାଯାଇଥିଲା l ବରିଷ୍ଠ ପ୍ରାଧ୍ୟାପିକା ପାର୍ବତୀ ପରିଡା ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ l ବିଶିଷ୍ଟ ନାଟ୍ୟକାର ତଥା ଉପସ୍ଥାପକ କୁମୁଦ ଶତପଥୀ ମଞ୍ଚ ପରିଚାଳନା କରିଥିଲେ l ମୟୁରଭଞ୍ଜ କଲେଜ ଅଫ ନର୍ସିଂ ର ଅଧକ୍ଷା ମଧୁସ୍ମିତା ରଥ ସମସ୍ତ କାର୍ଯ୍ୟକ୍ରମ ର ରୂପରେଖ, ପରିଚାଳନା ତଥା ସଂଯୋଜନା କରିଥିଲେ l ଶେଷରେ ବାର୍ଷିକ କ୍ରୀଡା ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା l ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅଭିଜ୍ୟୋତି ପ୍ରିୟଦର୍ଶିନୀ ଓ ସହକର୍ମୀ ପରିଚାଳନା କରିଥିଲେ l ପରିଶେଷରେ କାଳିପ୍ରସନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)