April 24, 2026

ମୋହନା ବ୍ଲକ ରେ ସୁରୁଖୁରୁରେ ମତ ଦାନ ପ୍ରଥମ ଦୁଇ ଘଣ୍ଟାରେ ୧୧୯୦୦ଭୋଟର ଭୋଟ ଦେଲେ ….

votttttt
Share


ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରେ ସକାଳ ୭ ଘଣ୍ଟାରୁ ଆରମ୍ଭ ହୋଇଥିବା ମତ ଦଳ ପ୍ରଥମ ଦୁଇ ଘଣ୍ଟାରେ ୧୧୯୦୯ଭୋଟର ମତ ସାବ୍ୟସ୍ତ କରିଛନ୍ତି। ସମସ୍ତ ଘାଟି ପାହାଡ ସହ ସମତଳ ଇଲାକା ମଧ୍ୟରେ ଶାନ୍ତି ଶୃଙ୍ଖଳା ସହ ଭୋଟର ମତ ଦାନ କରୁଥିବା ମୋହନା ବ୍ଲକ ଦାୟିତ୍ଵରେ ଥିବା ନିର୍ବାଚନ ଅଧିକାରୀ ସତ୍ୟବାନ ନାୟକ ଏବଂ ଭାରପ୍ରାପ୍ତ ଅଧିକାରୀ ରାଜୀବ ଦାସ ସୂଚନା ପ୍ରଦାନ କରିଛନ୍ତି। ମୋହନା ବ୍ଲକ ରେ ୯୮୯୦୪ ଭୋଟର ଥିବା ବେଳେ ସେଥି ମଧ୍ୟରୁ ପୁରୁଷ ଭୋଟର ୪୭୮୮୫ ଏବଂ ମହିଳା ଭୋଟର ୫୧୦୧୯ ଅଛନ୍ତି। ସେଥି ମଧ୍ୟରୁ ପ୍ରଥମ ଦୁଇ ଘଣ୍ଟାରେ ଭୋଟ ଦେଇଛନ୍ତି ୧୧୯୦୦ ଭୋଟର। ଭୋଟ ଦେଇଥିବା ପୁରୁଷ ସଂଖ୍ୟା ୫୩୯୭ ଏବଂ ମହିଳା ସଂଖ୍ୟା ୬୫୦୩ ଅଟେ। ବର୍ତ୍ତମାନ ସୁଦ୍ଧା ଭୋଟ କେନ୍ଦ୍ର ଗୁଡିକରେ ଭିଡ ଦେଖିବାକୁ ମିଳୁଛି।