ଆଜିର ଖବର..
୧-ସବୁଠି ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି, ଅନେକ ସହରରେ ପାରଦ ୪୦ ଡିଗ୍ରୀ ଉପରେ।
୨-୨୧ରେ ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ,୪ ଘଣ୍ଟାର ରହଣି, ଉଦଘାଟନ କରିବେ ୪ ପ୍ରକଳ୍ପ।
୩-ଆଗାମୀ ୫ଦିନ ଯାଏ ଜାଳିବ ଖରା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।
୪-ଆଗକୁ ମହଙ୍ଗା ହୋଇପାରେ ଭୋଜିଭାତ, କ୍ୟାଟରିଂ ସଂସ୍ଥାକୁ ମିଳୁନି ଗ୍ୟାସ୍ ସିଲିଣ୍ଡର।
୫-ନବରଙ୍ଗପୁର:ଗିରଫ ହେଲେ ଫରେଷ୍ଟ ରେଞ୍ଜ ଅଫିସର ସୁକୁମାର ଦୁଖୁ, କୋର୍ଟ ଚାଲାଣ କଲା ଭିଜିଲାନ୍ସ।
୬-ଇସ୍କନରେ ଅଦିନିଆ ରଥଯାତ୍ରା, ଆଇନଗତ ଚେତାବନୀ ଦେଲେ ଶ୍ରୀମନ୍ଦିର ପ୍ରଶାସନ।
୭-ଅନୁଗୁଳ:ଦଣ୍ଡନାଚ ପାଇଁ ଟେଣ୍ଟ ପ୍ରସ୍ତୁତି ବେଳେ ଅଘଟଣ, ୧୧ କେଭି ବିଦ୍ୟୁତ୍ ତାର ଲାଗି ୩ ମୃତ।
୮-ଆନନ୍ଦପୁର ମହୋତ୍ସବ ଉଦଯାପିତ,୨୬୭ କୋଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ।
୯-ପୁରୀ:ବାହାର ରତ୍ନଭଣ୍ଡାର ଗଣତିମଣତି ଶେଷ; ଆଜିଠୁ ଆରମ୍ଭ ହେବ ଭିତର ରତ୍ନଭଣ୍ଡାର।
୧୦-କେନ୍ଦୁଝର:ରାଇକଳା ବିଦ୍ୟାଳୟ ଉନ୍ନତି ପାଇଁ ପରମାନନ୍ଦ ମହାନ୍ତ, ଦାନ କରିଦେଲେ କୋଟିଏ ଟଙ୍କାର ଜମି।
୧୧-KIIT ରେ ହେବ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ, ସାତ ଦିନ ଧରି ଚାଲିବ କାର୍ଯ୍ୟକ୍ରମ।
୧୨-ଭୁବନେଶ୍ୱର:ମିଳିନି ଦରମା, ଦୁଇଦିନ ଧରି ଧାରଣାରେ ବସିଛନ୍ତି ୧୧୨ ଏମରଜେନ୍ସି କଲ୍ ସେଣ୍ଟରର କର୍ମଚାରୀ।
୧୩-ସହିଦନଗର: ବିଶ୍ୱେଶ୍ୱର ବସ୍ତି ହଣାକଟା ମାମଲା,୨ ମହିଳାଙ୍କ ସମେତ ୭ ଗିରଫ।
୧୪-ଭୁବନେଶ୍ୱର:ସତ୍ୟ ନଗରରେ ଓଡ଼ିଶା ଜନତା କଂଗ୍ରେସର ନୂତନ କାର୍ଯ୍ୟାଳୟ ଉଦଘାଟିତ।
୧୫-ଝାରସୁଗୁଡ଼ା,ଓମାରପଡା:ସ୍ବାମୀ ଉପରେ ରାଗ ରଖି ଛୁଆଙ୍କ ଉପରେ ପ୍ରତିଶୋଧ ନେଲା ମା’, ମାରିଦେଲା ଦୁଇ ଶିଶୁଙ୍କୁ।
୧୬-ଲକ୍ଷ୍ନୌ:ଲକ୍ଷ୍ନୌକୁ ଧୋଇଲେ ବଟଲର-ଗିଲ୍, ଘରୋଇ ଗ୍ରାଉଣ୍ଡରେ ହାରିଲା LSG
୧୭-ବିଜୟକୁ ଫେରିଲା ବେଙ୍ଗାଲୁରୁ, ମୁମ୍ବାଇକୁ ୧୮ ରନ୍ ରେ ହରାଇଲା।
୧୮-ହାଇଦ୍ରାବାଦ:୨୧ତମ ଲିଗ୍ ମ୍ୟାଚ୍,ଆଜି ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ।
୧୯-ଆରପାରିରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ, ଗାଇଥିଲେ ୨୦ ହଜାରରୁ ଅଧିକ ଗୀତ।
୨୦-ଆଶା ଭୋସଲେଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ।
୨୧-ଇରାନ-ଆମେରିକା ଆଲୋଚନା ବିଫଳ; ଆଜି ଶେୟାର ବଜାରରେ ଆତଙ୍କ ଖେଳିପାରେ ?
୨୨-ଶାନ୍ତି ଆଲୋଚନା ବିଫଳ ପରେ ପୁଣି ତେଜିଲା ଇରାନ-ଆମେରିକା ଉତ୍ତେଜନା, ଇରାନକୁ ଘେରିବାକୁ ଟ୍ରମ୍ପଙ୍କ ଚେତାବନୀ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
