April 24, 2026

ଉଦଘାଟିତ ହେଲା ୧୫ଏବଂ ୧୭ବର୍ଷରୁ କମ ୨୫ତମ ଅଲ ଇଣ୍ଡିଆ T-20 କ୍ରିକେଟ ଟୁର୍ନାମେଣ୍ଟ

IMG-20260413-WA0023
Share

ଆଜି ପୁରୀ ଜଗନ୍ନାଥ ଷ୍ଟାଡିଅମ ଠାରେ ଅଲ ଇଣ୍ଡିଆ କ୍ରିକେଟ ରିସର୍ଚ୍ଚ ଇନଷ୍ଟିଚୁଟ ( AICRI ) ଆନୁକୂଲ୍ୟରେ ୧୫ବର୍ଷ ଏବଂ ୧୭ବର୍ଷରୁ କମ ୨୫ତମ ଅଲ ଇଣ୍ଡିଆ T-20 ଚାମ୍ପିୟାନସିପ ( ସ୍ୱାମୀ ପ୍ରଣବାନନ୍ଦଜୀ ମେମୋରିଆଲ ଟ୍ରଫି ୨୦୨୬ ) ଉଦଘାଟିତ ହୋଇଯାଇଛି l ଏହି ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଏବଂ ସମ୍ମାନିତ ଅତିଥିଭାବେ ରାଜ୍ୟ ଅଲମ୍ପିକ କୋଷାଧକ୍ଷ ରବିଶଙ୍କର ପ୍ରତିହାରୀ ଯୋଗଦାନ କରି ଖେଳାଳି ମାନଙ୍କସହିତ ପରିଚିତ ହୋଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଟୁର୍ନାମେଣ୍ଟ ଆସନ୍ତା ଏପ୍ରିଲ ୧୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ l ଏହି ଟୁର୍ନାମେଣ୍ଟ ରୁ ଉଚିତ ବିବେଚିତ ୨୦ଜଣ ଖେଳାଳିଙ୍କୁ ନେପାଳ ଟୁର୍ନାମେଣ୍ଟ ଖେଳିବା ପାଇଁ ନେପାଳ ଯିବାପାଇଁ ସୁଯୋଗ ଦିଆଯିବ l ଏହି ସାତଦିନିଆ ଟୁର୍ନାମେଣ୍ଟ ପରିଚାଳନା କରିବାରେ AICRI ର ସମ୍ପାଦକ ତରକନାଥ ମାନ୍ନା, AICRI ଉପସଭାପତି ସୋମନାଥ ବାନାର୍ଜୀ, ବରିଷ୍ଠ ଉପସଭାପତି କୋୖତ୍ସବ ଦତ୍ତ ସମ୍ପୂର୍ଣ୍ଣ ସହଯୋଗ କରି ଆସୁଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l