April 30, 2026

ମୋହନା ବ୍ଲକ ଉତ୍କଳ ପାଣ ଖ୍ରୀଷ୍ଟିଆନ ତରଫରୁ ବିଜେଡି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ଙ୍କୁ ସମ୍ବର୍ଦ୍ଧନା ….

yup
Share


ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋହନା ବ୍ଲକର ପିଣ୍ଡିକି ଆମ୍ବ ତୋଟା ଠାରେ ମୋହନା ବ୍ଲକ ଉତ୍କଳ ପାଣ ଖ୍ରୀଷ୍ଟିଆନ ସଂଘ ସଭାପତି ଅଭୟ ପରିଛା ଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ପୃଥିବୀ ରାଜ ସାହୁ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର,
ଆର.ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଷୋୟୀ ଙ୍କ ସମେତ ଅନେକ ସରପଞ୍ଚ, ସମିତି ସଭ୍ୟ ଙ୍କ ସମେତ ବିଜେଡି କର୍ମୀ ମାନେ ଉପସ୍ଥିତ ରହି ଆଗାମୀ ନିର୍ବାଚନରେ ବିଜେଡି ଦଳ ଯେପରି ବିପୁଳ ଭୋଟରେ ମୋହନା ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇ ବିଧାନସଭାକୁ ଯାଇ ନିଜ ଅଞ୍ଚଳ ପାଇଁ ଲଢେଇ କରିବ ଏବଂ ନିଜ ଅଞ୍ଚଳରେ ଉନ୍ନତି ନିମନ୍ତେ କାର୍ଯ୍ୟ କରିବ ସେଥିପାଇଁ ବିଜେଡି ପ୍ରାର୍ଥୀ ଙ୍କୁ ଭୋଟ ଦେବାକୁ ନେତାମାନେ ଅନୁରୋଧ କରିଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ନିଜ ଅଞ୍ଚଳର ଉନ୍ନତି ପାଇଁ ରାଜନୀତି କରୁଛି ଏବଂ ମୋ ଅଞ୍ଚଳର ଉନ୍ନତି ନିମନ୍ତେ ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କ ସାରଥୀ ରୂପେ କାର୍ଯ୍ୟ କରି ଚାଲିବା ସଙ୍ଗେ ଦଳିତ ଉତ୍କଳ ପାଣ ଖ୍ରୀଷ୍ଟିଆନ ମାନଙ୍କ ସମସ୍ତ ପ୍ରକାର କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ନିଜ ସପକ୍ଷରେ ଭୋଟ ମାଗିଥିଲେ। ପ୍ରାର୍ଥୀ ଶ୍ରୀ ଗମାଙ୍ଗ ଉପସ୍ଥିତ ଥିବା ଦଳିତ ଲୋକଙ୍କୁ କହିଥିଲେ କି ମୋ ସମ୍ପର୍କରେ ବିରୋଧୀ ବହୁ ଅପ ପ୍ରଚାର କରିବେ ସେଥିରେ ବିଶ୍ୱାସ ନ କରିବା ନିମନ୍ତେ ଅନୁରୋଧ କରିଥିଲେ। ଏହା ସହ ଦଳିତ ଲୋକଙ୍କୁ ମୁଁ ସବୁ ସମୟରେ ସମ୍ମାନ ଦିଏ ବୋଲି ମଧ୍ୟ ପ୍ରକାଶ କରିଥିଲେ। ଏହି ସମ୍ବର୍ଦ୍ଧନା ବୈଠକରେ ମୋହନା ଅଞ୍ଚଳ ରୁ ପ୍ରାୟ ପୁରୁଷ ଓ ମହିଳା ସମେତ ଗ୍ରାମ ମୁଖିଆ ମାନେ ଉପସ୍ଥିତ ଥିଲେ।

You may have missed