April 27, 2026

ଗଜପତି:- ପାରଳା ବିଧାୟକ ନୂତନ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ’ଙ୍କୁ ଭେଟି ସାକ୍ଷାତ କରି ଆଲୋଚନା କଲେ

IMG-20260113-WA0090
Share

 

ପାରଳାଖେମୁଣ୍ଡି-ବିଧାୟକ ଶ୍ରୀ ଇଂ ରୁପେଶ କୁମାର ପାଣିଗ୍ରାହୀ ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳଙ୍କୁ ଭେଟି ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯିବା ଉପରେ ଆଲୋଚନା କରିଥିବା ଜଣାଯାଇଛି । ।

ବିଶେଷକରି ସେ ପାରଳାଖେମୁଣ୍ଡିର ପ୍ରସ୍ତାବିତ ବାଇପାସ୍ ରାସ୍ତାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଏବଂ ତୁରନ୍ତ ରାସ୍ତା ହେଲେ ଜିଲ୍ଲାବାସୀ କିଭଳି ବିଭିନ୍ନ କ୍ଷେତ୍ରରେ ଉପକୃତ ହେବେ ସେ ସମ୍ପର୍କରେ ଆଲୋଚନା ବେଳେ ଜିଲ୍ଲାପାଳଙ୍କୁ ମନେ ପକାଇ ଦେଇଥିଲେ।

ଅନ୍ୟପକ୍ଷରେ ଏହି ବାଇପାସ୍ ରାସ୍ତା ତୁରନ୍ତ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇ କାର୍ଯ୍ୟକ୍ଷମ ହେଲେ ଏହା ପାରଳା ସହରର

ଗତିପୂର୍ଣ୍ଣ ଟ୍ରାଫିକ୍ ଜାମ୍ ଦୂର କରିବାରେ ବେଶ ସହାୟକ ହୋଇପାରିବ । ଏହା ବ୍ୟତୀତ ଚାଷୀମାନଙ୍କ କିଛି ଗୁରୁତର ସମସ୍ୟା ଯାହାକି , ମଣ୍ଡିରେ ତୁରନ୍ତ ଧାନ ଦେବା ଏବଂ ଉଚିତ୍ ପ୍ରାପ୍ୟ ମିଳିବା ସମାଧାନ ହେବା ସହ ଛୋଟ ଏବଂ ନାମମାତ୍ର ଚାଷୀମାନଙ୍କୁ ପୋଙ୍ଗଲ ପାଳନ କରିବାରେ ନିଶ୍ଚିତ ଭାବେ ସାହାଯ୍ୟ କରିବ, କାରଣ ଅଧିକାଂଶ ଚାଷୀ ଗୋସାଣୀ ଏବଂ କାଶୀନଗର ବ୍ଲକାଞ୍ଚଳର ଏବଂ ଏମାନେ ତେଲୁଗୁ ସମ୍ପ୍ରଦାୟର ।

ବିଧାୟକ ଶ୍ରୀ ପାଣିଗ୍ରାହୀ ମଧ୍ୟ ଜିଲ୍ଲାପାଳଙ୍କୁ ନୂତନ ବର୍ଷରେ ତାଙ୍କର ରହିଥିବା ମିଶନକୁ ନିଶ୍ଚିତ ଭାବେ ସଫଳ କରିବାକୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି ସାକ୍ଷାତ ଆଲୋଚନା ବେଳେ ଗୋସାଣୀ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଏନ: ବିରାରାଯୁ ଏବଂ କାଶୀନଗରର ବ୍ଲକ ଅଧ୍ୟକ୍ଷା ଶ୍ରତି ବାଲା ସାୟାମ୍ମା ଏବଂ ଜିଲ୍ଲା ପରିଷଦ ସଦସ୍ୟ ଏସ.ବାଲରାଜୁ ପ୍ରମୁଖ ଉପସ୍ଥିତ ଥିଲେ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————