April 28, 2026

ଅନ୍ୟାୟପୂର୍ଣ ବିଦ୍ୟୁତ ବିଚ୍ଛିନ୍ନ ପାଇଁ ସାଉଥକୋ ସମ୍ମୁଖରେ ଗଣବିକ୍ଷୋଭ

IMG-20260113-WA0100
Share

*ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଦଳିତ ପରିବାରଙ୍କ ସାହି ଅନ୍ଧାର*

ଆନ୍ଦୋଳନ ଯୋଗୁଁ ୫ ଦିନ ପରେ ଜୟପୁର ଦଳିତ ସାହିରେ ଆଲୁଅ ଲାଗିଲା*

ଆସିକା, ୧୩/୦୧. ବିଦ୍ୟୁତ ଉପଭୋକ୍ତା ମହାସଂଘ ନେତୃତ୍ୱରେ ଜୟପୁର ଗ୍ରାମର ଦଳିତ ସାହିରେ ଅନ୍ୟାୟପୂର୍ଣ୍ଣ ଭାବେ ବିଛିନ୍ନ ହୋଇଥିବା ବିଦ୍ୟୁତ ଉପଭୋକ୍ତାଙ୍କୁ କରେଣ୍ଟ ଦିଆଯାଇଛି। ଆଜି ୫୭ ଜଣ ପରିବାରଙ୍କ ମଧ୍ୟରୁ ୭ ଜଣଙ୍କ ଘରେ ପୁଣି ଆଲୁଅ ଜଲିଛି। ପାଠପଢା ପିଲା ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି। ବିପିଏଲ୍ ଏବଂ ସୈଭାଗ୍ୟ ସରକାରୀ ସ୍କିମରେ ମାଗଣାରେ ପାଇଥିବା ଉପଭୋକ୍ତା ଘର ସମ୍ମୁଖରେ ମିଟର ବକ୍ସ ଥିବା ସମୟରେ ସାଉଥକୋ ପାଖରେ କୈଣସି ତଥ୍ୟ ଉପଲବ୍ଧ ନଥିବା ନିର୍ବାହୀ ଅଧିକାରୀ ଜଗତଜୀତ ଦାଶ ମହାପାତ୍ର ଜଣାଇଥିଲେ। ସେଥିପାଇଁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବିଦ୍ୟୁତ ଉପଭୋକ୍ତାଙ୍କୁ ପୁଣି ଥରେ ନୂତନ ସଂଯୋଗ ଦେୟ ଦେବାକୁ ପଡ଼ୁଛି ଯାହା ବହୁ କଷ୍ଟରେ ଗରିବ ଲୋକମାନେ ଅର୍ଥ ଯୋଗାଡ଼ କରୁଛନ୍ତି। ୧୮ ଜଣ ଆବେଦନ ପତ୍ର ପ୍ରଦାନ କରିଛନ୍ତି ତଥାପି ୨୫ ଜଣଙ୍କ ସ୍ଥିତି ଚିନ୍ତା କରିବା ଅସମ୍ଭବ ହୋଇଛି।

ଗତ ଶୁକ୍ରବାର ଦିନ କେବୁଲ୍ ପକାଇବା ପାଇଁ କର୍ମଚାରୀ ହଠାତ୍ ୫୭ ଜଣ ଶ୍ରମିକଙ୍କ ସର୍ଭିସ ତାର ବାହର କରି ଫିଙ୍ଗି ଦେଲେ ଏବଂ କେତେ ଜଣଙ୍କ ମିଟର ବକ୍ସ ନେଇଗଲେ ଯେତେ କାକୁତି ମିନତି ହେଲେ ମଧ୍ୟ ଶୁଣିଲେ ନାହିଁ। ଅଫିସ କୁ ଯାଅ କହି ଚାଲିଗଲେ କିଛି ସମସ୍ୟା ଥିବ ଭାବି ୨ ଦିନ ଅପେକ୍ଷା ପରେ ଲାଇନମେନ ଆସି କାମ ନକରିବାରୁ ସୋମବାର ଦିନ ଜୟପୁର ଦଳିତ ସାହି ବାସିନ୍ଦା ଆସିକ ବସଷ୍ଟାଣ୍ଡ ଠାରୁ ଶୋଭାଯାତ୍ରାରେ ଯାଇ ସାଉକୋ କାର୍ଯ୍ୟକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରିଥିଲେ। ରାତି ପର୍ଯ୍ୟନ୍ତ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଗାଁରେ ବିଦ୍ୟୁତ ସଂଯୋଗ ନହେବା ପର୍ଯ୍ୟନ୍ତ ବିକ୍ଷୋଭ ହେବ କହି ରାତି ପର୍ଯ୍ୟନ୍ତ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ୨ ରାଉଣ୍ଡ ଆଲୋଚନା ବିଫଳ ହେବା ପରେ କାର୍ଯ୍ୟାଳୟ ସମ୍ମୁଖରେ ହଣ୍ଡା ଲାଗିଥିଲା। ଶେଷରେ ଆନ୍ଦୋଳନକାରୀଙ୍କ ଦାବି କୁ ସମ୍ମାନ ଜଣାଇଥିଲେ। ୧୩ ତାରିଖ ଠାରୁ ୧୮ ମଧ୍ୟରେ ଜୟପୁର ଗ୍ରାମ ପଞ୍ଚାୟତ ଦଳିତ ଉପଭୋକ୍ତା ସ୍ଥାୟୀ ସମାଧାନ କରିବା ପାଇଁ ନିର୍ଭୟ ପ୍ରତିଶ୍ରୁତି ଦେଇଥିଲେ। ସେ ଅନୁଯାୟୀ ଆଜି ଅପରାହ୍ନ ରୁ ପ୍ରାୟ ସମସ୍ତ ବିଭାଗର କର୍ମଚାରୀ ଏବଂ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହି ଏହାକୁ ତଦାରଖ କରିଥିଲେ। ଦୁର୍ନୀତି ନିବାରଣ ବିଭାଗ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ। ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ଜୟପୁର ଗ୍ରାମପଚାଂୟତ ଦଳିତ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଟାଟା ପାୱାର ଗୁଣ୍ଡାମାନଙ୍କ ଭଳି ଅମାନବୀୟ ବ୍ୟବହାର ପ୍ରଦର୍ଶନ ଏବଂ ଦଳିତ ସାହିର ଦାରିଦ୍ର୍ୟ ସୀମାରେଖାତଳେ ଥିବା ୫୭ ଜଣ ଉପଭୋକ୍ତା ବିଦ୍ୟୁତ ସଂଯୋଗ ବିଛିନ୍ନ ଘଟଣା କୁ କଠୋର ଭାଷାରେ ନିନ୍ଦା କରିଥିଲେ। ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ହେଲେ ପରିସ୍ଥିତି ଜଟିଳ ହେବବୋଲି ଜଣାଇଥିଲେ। ଆନ୍ଦୋଳନକାରୀଙ୍କ ସହ ସାଉଥକୋ କାର୍ଯ୍ୟ ନିର୍ବାହ ଯନ୍ତ୍ରୀ ଜଗତଜୀତ ଦାଶ ମହାପାତ୍ର, ଉପଖଣ୍ଡ ଅଧିକାରୀ ବିଜୟ ଶଙ୍କର ପଣ୍ଡା, କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ମହାପାତ୍ର, ଗୋଷ୍ଠୀ ମୂଖ୍ୟ ସଂଜୟ କୁମାର ନାୟକ, ଶୁଭଙ୍କର ପାତ୍ର ଆଲୋଚନା କରୁଥିବା ସମୟରେ ବିଦ୍ୟୁତ ଉପଭୋକ୍ତା ମହାସଂଘ ଆସିକା ସଂଯୋଜକ ତଥା ସି.ପି.ଆଇ(ଏମ୍ -ଏଲ୍) ରେଡ୍ ଷ୍ଟାର ଜିଲ୍ଲା ସଂପାଦକ ଶଙ୍କର ଇନକିଲାବ, ଓଡ଼ିଶା ମନରେଗା ଶ୍ରମିକ ୟୁନିଅନର ନେତ୍ରୀ ପି ପାର୍ବତୀ, କାମରାଜୁ ନାହକ, ରୁନୁ ନାହକ, ରଙ୍ଗ ନାହକ, ପାର୍ବତୀ ନାହକ, ସନୋଜ ନାହକ ଆଦି ଆନ୍ଦୋଳନ କାରୀଙ୍କ ନେତୃତ୍ୱ ନେଇଥିଲେ।