April 24, 2026

ଜିଲ୍ଲାସ୍ତରୀୟ ମତଦାନ ଦିବସ ୨୦୨୬ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

IMG-20260113-WA0091
Share

 

 

 

ଆଜି କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କ ଅଧ୍ୟକ୍ଷତାରେ ଜାତୀୟ ଭୋଟର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଭୋଟର ଦିବସ ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ନେଇ ବକୃତା, ପ୍ରବନ୍ଧ, ଚିତ୍ରାଙ୍କନ, ସ୍ଲୋଗାନ ଓ କୁଇଜ ପ୍ରତିଯୋଗିତା ଆୟୋଜିତ ହେଵ ବୋଲି ସ୍ଥିର ହେଲା I ମତଦାନ ଦିବସ ଉପଲକ୍ଷେ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ କରିବା ସହ ସଚେତନତା ମୂଳକ ସଭା ଆୟୋଜନ କରାଯିବ I ଶ୍ରେଷ୍ଠ ବି ଏଲ ଓ ଙ୍କୁ ପୁରସ୍କୃତ କରିବା ଓ ନୂତନ ମତଦାତାଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରାଯିବ I ଆଜିର ଏହି ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ. ମହାନ୍ତି ନୀଳକଣ୍ଠ ନାଇଡୁ ଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଉପସ୍ଥିତ ଥିଲେ I ଆଜିର କାର୍ଯ୍ୟକ୍ରମକୁ ଡେପୁଟି କଲେକଟର ମଙ୍ଗଳ ଚରଣ ବାସ୍କେ ପରିଚଳନା କରିଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର