ରାମଚଣ୍ଡୀ ପୀଠରେ ବନବିଭାଗ ଓ ଅଷ୍ଟମ ବାଟଲିୟନ ଓ ସ୍କୂଲ ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

IMG-20260113-WA0088
Share

 

ଛତ୍ରପୁର ତା୧୩/୧/୨୬(ଅରୁଣ କୁମାର ପଣ୍ଡା) ମା ରାମଚଣ୍ଡୀ ଙ୍କ ପୀଠରେ ନୂତନ ବର୍ଷ ଉପଲକ୍ଷେ ବାଣଭୋଜୀ କରିବାକୁ ଆସୁଥିବା ଭକ୍ତ ମାନଂକୁ ସଚେତନତା କରିବା ଉଦେଶ୍ୟ ରେ ବ୍ରହ୍ମପୁର ବନଖଣ୍ଡ ବିଭାଗ ଓ ଛତ୍ରପୁର ବନଖଣ୍ଡ ବିଭାଗ ରୁ ମୁଖ୍ୟ ଅତିଥି ରୂପେ ଏ ସି ଏଫ ଶ୍ରୀମତୀ ମାଣିକେଶ୍ବରୀ ହାଁସଦା, ଛତ୍ରପୁର ବନ ଅଧିକାରୀ ଶ୍ରୀ ବାବୁ ସେଠି ଙ୍କ ଉଦ୍ୟମ ରେ ଏହି କାର୍ଯ୍ୟକ୍ରମରେ ମନ୍ଦିର ପୂଜା କମିଟି, ପରିଚାଳନା କମିଟି ଓ ଛତ୍ରପୁର OSAP ଅଷ୍ଟମ ବଟାଲିୟନ ର ଅଧିକାରୀ ଓ କର୍ମଚାରି ଏବଂ ରାଜପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ନେତୃତ୍ୟରେ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ଏହି ପ୍ଲାଷ୍ଟିକ ମୁକ୍ତ କାର୍ଯ୍ୟକ୍ରମ ରେ ପୂଜା କମିଟି ସଭାପତି CH ଦୟାନନ୍ଦ ରେଡ୍ଡୀ, ସମ୍ପାଦକ ବିମଳ ପଣ୍ଡା ଓ ଟ୍ରଷ୍ଟ ମୁଖ୍ୟ ପୁରୋଧା ସଂଯୋଜକ କମଳ ପଣ୍ଡା ଙ୍କସହଯୋଗ ରେ ପୂଜା କମିଟି ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ଉପସଭାପତି ଦିବାକର ନାୟକ , ଶଙ୍କର ନାୟକ,ରାଜନ ବେହେରା,କୁଞ୍ଜ ନାୟକ, ଉପସ୍ଥିତ ରହି ସଫେଇ କାର୍ଯ୍ୟ କରିଥିଲେ ଗଞ୍ଜାମ ଜିଲ୍ଲାପାଳ ଙ୍କ ବାର୍ତ୍ତା ନୂଆ ବର୍ଷରେ ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଲକ୍ଷ୍ୟ ନେଇ ସଫେଇ କାର୍ଯ୍ୟକ୍ରମ କରି ଜନ ସଚେତନତା କରିଥିଲେ।