September 8, 2026

ହିଲ ଟପ ମହାବିଦ୍ୟାଳୟ ରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ..

IMG-20260113-WA0059
Share

 

ଗଜପତି ଜିଲ୍ଲା ମୋହନା ଠାରେ ଅବସ୍ଥିତ ହିଲ ଟପ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୦୨୬ ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶୁଭ୍ରାକାନ୍ତ ମହାନ୍ତି ଙ୍କ ପୌରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହିଲ ଟପ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭଗବାନ ବିଷୋୟୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ ସଂଯୋଜିକା ସ୍ୱାୟଂପ୍ରଭା ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ଼.ପ୍ରଣାବାନନ୍ଦ ପାଟଯୋଶୀ, ସମ୍ମାନିତ ଅତିଥି ଭାବେ ଡ଼. ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ ସନ୍ତୋଷ କୁମାର ନନ୍ଦ,ସୁକବିନ୍ଦର ସିଂ,ଅଧ୍ୟାପିକା ଅସ୍ମିତା ସ୍ୱାଇଁ, ଗୀତାଞ୍ଜଳି ପାଢ଼ୀଙ୍କ ସମେତ ଶତାଧିକ ଛାତ୍ରୀ ଉପସ୍ଥିତ ରହି ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ୧୧୫ଜଣ ଛାତ୍ରୀ ଙ୍କୁ ଦୁଇଟି ପର୍ଯ୍ୟାୟ ରେ ଆତ୍ମ ସୁରକ୍ଷା କୌଶଳ ତାଲିମ ପ୍ରଦାନ କରାଯିବ ବୋଲି ସଂଯୋଜିକା ସ୍ୱୟଂପ୍ରଭା ସାହୁ ପ୍ରକାଶ କରିଛନ୍ତି।

You may have missed