ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସବ ପାଳିତ
ଆଜି ସ୍ଥାନୀୟ ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସବ ପାଳିତ ହୋଇଯାଇଛି l ପ୍ରଥମ ଅଧିବେଶନ ରେ ମୂଖ୍ୟ ଅତିଥିଭାବେ ଭକ୍ତ ବନ୍ଧୁ ଜନ୍ନାର୍ଧନ ଦଳେଇ ଯୋଗଦେଇ କାଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ଅନ୍ୟ ଅତିଥିଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି କାଯ୍ୟକାରୀ ଜିଲ୍ଲା ସଂକୃତି ଅଧିକାରୀ ସୂଯ୍ୟକାନ୍ତ ବେହେରା ସୁଶ୍ରୀ ଲତିକା ମିଶ୍ର ଓ ଅନ୍ୟ ନିମନ୍ତ୍ରିତ ଅତିଥି ମାନେ ଯୋଗଦେବା ସହ ପିଲାଙ୍କ ଦ୍ୱାରା କ୍ରୀଡାଙ୍ଗନ ଜିଜ୍ଞାସା କୌଶଳୀ ଓ ସାହିତ୍ୟ ସୃଜନୀ ଖାଦ୍ୟ ଭଳି ପ୍ରକଳ୍ପ ଗୁଡିକ ବୁଲି ଦେଖିଥିଲେ l ସେହିପରି ଦ୍ୱତୀୟ ଅଧିବେଶନ ରେ କୋରାପୁଟ ବିଡ଼ିଓ ଦେବାଶିଷ ଗୌଡ଼ ସଂସଦ ପ୍ରତିନିଧି ମନୋଜ ଅର୍ଚlଯ୍ୟ ବିଧାୟକ ପ୍ରତିନିଧି ଓ ଲଲାଟ ରଞ୍ଜନ ସେଠୀ ମଞ୍ଜୁଳା ମେମ ଓ ଅନ୍ୟ ନିମନ୍ତ୍ରିତ ଅତିଥି ଯୋଗଦେଇଥିଲେ l ଏ ଉପଲକ୍ଷେ କୃତି ପ୍ରତିଯୋଗୀ ଙ୍କୁ ଅତିଥି ଗଣ ପୁରସ୍କୁତ କରିଥିବା ବେଳେ ପିଲାଙ୍କ ଦ୍ୱାରା ସାଂକୃତିକ ପରିବେଷଣ କରାଯାଇଥିଲା ଉକ୍ତ କାଯ୍ୟକ୍ରମ ରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରିତା ମହାନ୍ତି ସମେତ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ଅଭିଭାବକ ଛାତ୍ରୀ ମାନେ ଉପସ୍ଥିତ ଥିଲେ l(ଗୁପ୍ତେଶ୍ୱର ରଥ କୋରାପୁଟ)
