April 25, 2026

କୃଷ୍ଣସାର ମୃଗ ଓ ଅନ୍ୟାନ୍ୟ ବନ୍ଯଜନ୍ତୁ ସୁରକ୍ଷା ସଚେତନତା ରାଲି 

IMG-20260113-WA0061
Share

ବୁଗୁଡା : ତା ୧୩/୦୧/୨୬ : ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ବୁଗୁଡା ବନ ବିଭାଗ ପକ୍ଷରୁ କୃଷ୍ଣସାର ମୃଗ ଓ ଅନ୍ୟାନ୍ୟ ବନ୍ଯଜନ୍ତୁ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ରାଲିରେ ବରିଷ୍ଠ ନାଗରିକ ଟ୍ରଷ୍ଟ ଅଧକ୍ଷ ଗଙ୍ଗାଧର ବିଷୋୟୀ, ଟ୍ରି ଫାଉଣ୍ଡେସନ୍ ସଂସ୍ଥା ସଦସ୍ୟ ତପନ କୁମାର ତ୍ରିପାଠୀଙ୍କ ସମେତ ପିପୁଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା, କ୍ରୀଡା ଶିକ୍ଷକ ବିଶ୍ବେଶ୍ବର ଗିରି, ଏନସିସି ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ, ଏନସିସି ଓ ସ୍କାଉଟ୍ ଛାତ୍ର, ବନ ବିଭାଗ କର୍ମଚାରୀଗଣ ଅଂଶ ଗ୍ରହଣ କରିଥିଲେ। ସ୍ଥାନୀୟ ପିଏମଶ୍ରୀ ପିପୁଲ୍ସ ହାଇସ୍କୁଲ ପରିସରରୁ ଶୁଭାରମ୍ଭ ହୋଇ ନଗର ପରିକ୍ରମା କରିଥିବା ଏହି ରାଲି ଅବସରରେ ଛାତ୍ରମାନେ ହାତରେ ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେଇ ଅଞ୍ଚଳର ଗୌରବ କୃଷ୍ଣସାର ମୃଗ ସହିତ ଅନ୍ୟାନ୍ୟ ବନ୍ଯଜନ୍ତୁଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବା ନିମନ୍ତେ ଜନସଚେତନତା ସୃଷ୍ଟି କରିଥିଲେ।