April 25, 2026
IMG-20260113-WA0064
Share

ବୁଗୁଡ଼ା : ତା ୧୩/୦୧/୨୬ : ସ୍ଥାନୀୟ ପିପୁଲ୍ସ କଲେଜର ଜାତୀୟ ସେବା ଯୋଜନା ଓ ରାଷ୍ଟ୍ରୀୟ କଳାମଞ୍ଚର ମିଳିତ ଉଦ୍ୟମରେ ଜାତୀୟ ଯୁବ ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପିପୁଲ୍ସ କଲେଜ ପରିସରରେ ଅଧ୍ଯକ୍ଷ ଡ. ପୁରୁଷୋତ୍ତମ ମିଶ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ଯୁବବର୍ଗର ପ୍ରେରଣାର ଉତ୍ସ ସ୍ବାମୀ ବିବେକାନନ୍ଦଙ୍କ ଜୀବନାଦର୍ଶ ସମ୍ପର୍କେ ଆଲୋଚନା ସହ ସାମୁହିକ ବନ୍ଦେ ମାତରମ୍ ଗାନ ଏବଂ ଏକ ମାରାଥନ୍ ଦୌଡ ଅନୁଷ୍ଠିତ ସାଙ୍ଗକୁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ଦୁତିକୃଷ୍ଣ, ଏବିଡ଼ିଓ ଧର୍ମରାଜ ପରିଡା, ଚିତ୍ରଶିଳ୍ପୀ ସ୍ଥିତଧୀ ରଥ, ନଗର ବିଜେପି ସଭାପତି କେଦାର ନାଥ ମହାରଣାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା, ରାଷ୍ଟ୍ରୀୟ କଳାମଞ୍ଚ ପରିଷଦର ସଦସ୍ଯ ବୃନ୍ଦ, ପିପୁଲ୍ସ କଲେଜର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଗଣ ଅଂଶ ଗ୍ରହଣ କରିଥିଲେ। ସେହିପରି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ଆଚାର୍ଯ୍ୟ ପ୍ରତିନିଧି ଗୁରୁମା ସୁମତି ମିଶ୍ରଙ୍କ ତତ୍ତ୍ବାବଧାନରେ ଜାତୀୟ ଯୁବ ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ଗୁରୁଜୀ ଓ ଗୁରୁମା ସ୍ବ ସ୍ବ ଅଭିଭାଷଣରେ ଯୁବବର୍ଗ ପ୍ରତି ରହିଥିବା ବିଶ୍ବ ବିଶ୍ରୁତ ବିବେକାନନ୍ଦଙ୍କ ପ୍ରେରଣା ଦାୟକ ବାଣୀ ଗୁଡିକୁ ଉପସ୍ଥାପନ କରି ତାଙ୍କରି ଆଦର୍ଶରେ ଅନୁପ୍ରାଣୀତ ହେବା ବିଧେୟ ବୋଲି ମତବ୍ୟକ୍ତ କରିଥିଲେ।

You may have missed